Latest Odisha News

BREAKING NEWS

ଖୁବ ଶୀଘ୍ର ସୋଫିଙ୍କୁ ବିବାହ କରିବେ ଶିଖର ଧାୱନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଶିଖର ଧାୱନ ଖୁବ ଶୀଘ୍ର ତାଙ୍କର ଦୀର୍ଘ ଦିନର ବାନ୍ଧବୀ ସୋଫି ଶାଇନଙ୍କୁ ବିବାହ କରିବେ । ରିପୋର୍ଟ ମୁତାବକ ଫେବୃୟାରୀ ମାସର ତୃତୀୟ ସପ୍ତାହରେ ସେମାନେ ବିବାହ କରିବେ । ଗତ ବର୍ଷ ଚାମ୍ପିୟନ୍ସ ଟ୍ରଫି ଅବସରରେ ଉଭୟଙ୍କୁ ପ୍ରଥମେ ଏକତ୍ର ଦେଖିବାକୁ ମିିଳିଥିଲା । କିଛି ଦିନ ପରେ ସେମାନେ ତାଙ୍କ ସମ୍ପର୍କ ପଦାକୁ ଆଣିଥିଲେ । ଧାୱନଙ୍କ ୪୦ତମ ଜନ୍ମ ଦିବସର ଅବସରରେ ସୋଫୀ ତାଙ୍କ ପାଇଁ ସ୍ପେଶାଲ ପୋଷ୍ଟ କରିଥିଲେ । ଆୟର୍ଲାଣ୍ଡରେ ରହୁଥିବା ସୋଫି ପ୍ରଡକ୍ଟ କନସଲଟାଂଟ କାର୍ଯ୍ୟ କରନ୍ତି । ଆବୁଧାବିର ଏକ କମ୍ପାନୀରେ ସେ ବଡ ପଦବୀରେ ରହିଛନ୍ତି ।

୧୯୯୦ରେ ଜନ୍ମ ଗ୍ରହଣ କରିଥିବା ସୋଫୀ ଲିମରିକ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ମାର୍କେଟିଂଙ୍ଗ ଓ ମ୍ୟାନେଜମେଂଟ ଡିଗ୍ରୀ ପ୍ରାପ୍ତ କରିଥିଲେ । ବିବାହ ପାଇଁ ଏହି ଯୋଡି ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ବଲିଉଡ ଓ କ୍ରିକେଟର ଅନେକ ବନ୍ଧୁଙ୍କୁ ସେମାନେ ଏଥିପାଇଁ ନିମନ୍ତ୍ରଣ କରିଛନ୍ତି । ସୋଫି ଏବେ ଶିଖର ଧାୱନ ଫାଉଣ୍ଡେଶନର ପ୍ରମୂଖ ଅଛନ୍ତି । ନିକଟରେ ଶିଖର ତାଙ୍କ ଆତ୍ମ କଥା ଦି ୱାନ: ମାଇ ଲାଇଫ ଆଣ୍ଡ ମୋରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଶିଖରଙ୍କ ଏହା ଦ୍ୱିତୀୟ ବିବାହ ହେବ । ପ୍ରଥମ ପତ୍ନୀ ଆଡୁ ତାଙ୍କର ଏକ ସନ୍ତାନ ଅଛି ।

Leave A Reply

Your email address will not be published.