ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ । ତାଙ୍କୁ ଏକ ସଙ୍ଗୀନ ମାମଲାରେ ଗତକାଲି ରାତିରେ ଗିରଫ କରିଛି ମୁମ୍ୱାଇ ପୋଲିସ । ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଓ ସେଗୁଡ଼ିକୁ ଆପ୍ ଜରିଆରେ ରିଲିଜ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ରାଜ କୁନ୍ଦ୍ରା । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି ପୋଲିସ ।
ରାଜ କୁନ୍ଦ୍ରାଙ୍କ ନାଁରେ କ’ଣ ଅଭିଯୋଗ ?
ମୁମ୍ୱାଇ ପୋଲିସ କମିଶନର କହିଛନ୍ତି, ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଓ ଆପ୍ ଜରିଆରେ ରିଲିଜ କରିବା ନେଇ ଚଳିତ ବର୍ଷ ଫେବ୍ରୁଆରୀରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ପୂର୍ବରୁ ଆଉ ଚାରି ଜଣ ଗିରଫ ହୋଇଥିଲେ । ସେମାନଙ୍କର ବୟାନ ଓ ତଥ୍ୟ ପ୍ରମାଣ ଆଧାରରେ ରାଜ କୁନ୍ଦ୍ରାଙ୍କୁ ମୁମ୍ୱାଇ ପୋଲିସ ଗିରଫ କରିଛି ।
କେମିତି ହେଉଥିଲା ଅଶ୍ଳୀଳ ଫିଲ୍ମ ସୁଟିଂ ?
ପୋଲିସ କହିଛି କେମିତି ହେଉଥିଲା ଅଶ୍ଳୀଳ ଫିଲ୍ମ ସୁଟିଂ । ବଲିଉଡରେ କାମ ପାଇଁ ମୁମ୍ୱାଇ ଆସୁଥିବା ସାଦାସିଧା ଝିଅଙ୍କୁ ବଡ଼ ଫିଲ୍ମରେ କାମ କରିବାକୁ ଅଫର ଦେଇ ପ୍ରଥମେ ଫସାଉଥିଲେ । ସେମାନଙ୍କୁ ଜବରଦସ୍ତ ଅଶ୍ଳୀଳ ଫିଲ୍ମରେ କାମ କରାଉଥିଲେ । ଫିଲ୍ମକୁ ମୋବାଇଲ୍ ଆପ୍ ଏବଂ ଓଟିଟି ପ୍ଲାଟଫର୍ମରେ ରିଲିଜ କରି ଲକ୍ଷ ଲକ୍ଷ ଟଙ୍କା କମାଉଥିଲେ । ତଦନ୍ତ ବେଳେ ଜଣାଡ଼ିଛି ଯେ, ମୁମ୍ୱାଇର ମଲାଡ ଓ୍ୱେଷ୍ଟରେ ମଢ଼ ଗାଁଓରେ ଏକ ବଙ୍ଗଳା ଭଡ଼ାରେ ନିଆଯାଇଥିଲା । ଯେଉଁଠାରେ ଅଶ୍ଳୀଳ ଫିଲ୍ମ ସୁଟିଂ କରାଯାଉଥିଲା ।
ଆଜି କୋର୍ଟ ଚାଲାଣ ହେବେ ରାଜକୁନ୍ଦ୍ରା
ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ ପାଖରେ ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ରହିଥିବା କୁହାଯାଉଛି । ଏବେ ତାଙ୍କୁ ପୋଲିସ ପଚରାଉଚରା କରୁଛି । ଆଜି ମେଡିକାଲ ଟେଷ୍ଟ ପରେ ତାଙ୍କୁ କୋର୍ଟ ଚାଲାଣ କରିବ ମୁମ୍ୱାଇ ପୋଲିସ । Hotshot ନାଁରେ ଏକ ଆପ୍ ନିର୍ମାଣ କରାଯାଇଥିଲା । ଏଥିରେ ଅଶ୍ଳୀଳ ଫିଲ୍ମ ସବୁ ରିଲିଜ କରାଯାଉଥିଲା । ପୋଲିସ କହିବା ଅନୁସାରେ ଏହି ଆପ୍ର ମାଲିକ ରାଜ କୁନ୍ଦ୍ରା । ତେବେ ସେ କହିଛନ୍ତି, ଏହି ଆପ୍ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.