Latest Odisha News

BREAKING NEWS

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ, ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ଧଓ୍ୱନ ଧୁରନ୍ଧର

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଦିନିକିଆ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ଣ ୩ଟାରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ସେପଟେ ଆଜିର ମ୍ୟାଚ୍ ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି ସୃଷ୍ଚି କରିଛି । ହାରିଲେ ସିରିଜ୍ ହାତରୁ ଖସିଯିବ ।

ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଦିନିକିଆରେ ଶିଖର ଧଓ୍ୱନଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ଇଶାନ କିଷାନ ଓ ପୃଥ୍ୱୀ ସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୭ ଓ୍ୱିକେଟରେ ସିଂହଳୀ ଦଳକୁ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ ପାଇଁ ଦଳରେ କୌଣସି ପରିବର୍ତ୍ତନ କରି ନପାରନ୍ତି ଶିଖର ଧଓ୍ୱନ ।
ଦିନିକିଆରେ ୨୦୧୨ରୁ ଶ୍ରୀଲଙ୍କାରେ ଅପରାଜେୟ ରହିଛି ଟିମ୍ ଇଣ୍ଡିଆ । ସେବେଠାରୁ ଭ୍ରମଣକାରୀ ଦଳ ଭାବରେ ଗୋଟିଏ ବି ମ୍ୟାଚ୍ ହାରିନି । ଶ୍ରୀଲଙ୍କା ମାଟିରେ ଭାରତ ଲଗାତାର ୯ଟି ଓ୍ୱାନ୍ ଡେ ମ୍ୟାଚ୍ ବିଜୟୀ ହୋଇଛି । ଟିମ୍ ଇଣ୍ଡିଆ ବ୍ୟତୀତ ଆଉ କୌଣସି ଦଳ ଶ୍ରୀଲଙ୍କା ବିପକ୍ଷରେ ଲଗାତାର ଏତେ ମ୍ୟାଚ୍ ଜିତି ନାହାନ୍ତି ।

ଏହା ପୂର୍ବରୁ ୨୦୧୭ରେ ଶ୍ରୀଲଙ୍କା ଗସ୍ତରେ ଦିନିକିଆ ସିରିଜକୁ ୫-୦ରେ କ୍ଲିନ୍ ସୁଇପ୍ କରିଥିଲା ଟିମ୍ ଇଣ୍ଡିଆ । ସେହିପରି ଶ୍ରୀଲଙ୍କା ମାଟିରେ ଭାରତ ୬୨ଟି ଦିନିକିଆ ଖେଳିଛି । ୨୯ଟିରେ ବିଜୟୀ ହୋଇଥିବା ବେଳେ ୨୭ ମ୍ୟାଚ୍ ହାରିଛି । ଶେଷ ଥର ୨୦୧୭ ଡିସେମ୍ୱର ୧୦ ତାରିଖରେ ଭାରତ ଗସ୍ତରେ ଥିବା ଶ୍ରୀଲଙ୍କା ଦଳ ଧର୍ମଶାଳାରେ ଟିମ୍ ଇଣ୍ଡିଆକୁ ହରାଇଥି

Leave A Reply

Your email address will not be published.