ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ । ତାଙ୍କୁ ଏକ ସଙ୍ଗୀନ ମାମଲାରେ ଗତକାଲି ରାତିରେ ଗିରଫ କରିଛି ମୁମ୍ୱାଇ ପୋଲିସ । ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଓ ସେଗୁଡ଼ିକୁ ଆପ୍ ଜରିଆରେ ରିଲିଜ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ରାଜ କୁନ୍ଦ୍ରା । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି ପୋଲିସ ।
ରାଜ କୁନ୍ଦ୍ରାଙ୍କ ନାଁରେ କ’ଣ ଅଭିଯୋଗ ?
ମୁମ୍ୱାଇ ପୋଲିସ କମିଶନର କହିଛନ୍ତି, ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଓ ଆପ୍ ଜରିଆରେ ରିଲିଜ କରିବା ନେଇ ଚଳିତ ବର୍ଷ ଫେବ୍ରୁଆରୀରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ପୂର୍ବରୁ ଆଉ ଚାରି ଜଣ ଗିରଫ ହୋଇଥିଲେ । ସେମାନଙ୍କର ବୟାନ ଓ ତଥ୍ୟ ପ୍ରମାଣ ଆଧାରରେ ରାଜ କୁନ୍ଦ୍ରାଙ୍କୁ ମୁମ୍ୱାଇ ପୋଲିସ ଗିରଫ କରିଛି ।
କେମିତି ହେଉଥିଲା ଅଶ୍ଳୀଳ ଫିଲ୍ମ ସୁଟିଂ ?
ପୋଲିସ କହିଛି କେମିତି ହେଉଥିଲା ଅଶ୍ଳୀଳ ଫିଲ୍ମ ସୁଟିଂ । ବଲିଉଡରେ କାମ ପାଇଁ ମୁମ୍ୱାଇ ଆସୁଥିବା ସାଦାସିଧା ଝିଅଙ୍କୁ ବଡ଼ ଫିଲ୍ମରେ କାମ କରିବାକୁ ଅଫର ଦେଇ ପ୍ରଥମେ ଫସାଉଥିଲେ । ସେମାନଙ୍କୁ ଜବରଦସ୍ତ ଅଶ୍ଳୀଳ ଫିଲ୍ମରେ କାମ କରାଉଥିଲେ । ଫିଲ୍ମକୁ ମୋବାଇଲ୍ ଆପ୍ ଏବଂ ଓଟିଟି ପ୍ଲାଟଫର୍ମରେ ରିଲିଜ କରି ଲକ୍ଷ ଲକ୍ଷ ଟଙ୍କା କମାଉଥିଲେ । ତଦନ୍ତ ବେଳେ ଜଣାଡ଼ିଛି ଯେ, ମୁମ୍ୱାଇର ମଲାଡ ଓ୍ୱେଷ୍ଟରେ ମଢ଼ ଗାଁଓରେ ଏକ ବଙ୍ଗଳା ଭଡ଼ାରେ ନିଆଯାଇଥିଲା । ଯେଉଁଠାରେ ଅଶ୍ଳୀଳ ଫିଲ୍ମ ସୁଟିଂ କରାଯାଉଥିଲା ।
ଆଜି କୋର୍ଟ ଚାଲାଣ ହେବେ ରାଜକୁନ୍ଦ୍ରା
ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ ପାଖରେ ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ରହିଥିବା କୁହାଯାଉଛି । ଏବେ ତାଙ୍କୁ ପୋଲିସ ପଚରାଉଚରା କରୁଛି । ଆଜି ମେଡିକାଲ ଟେଷ୍ଟ ପରେ ତାଙ୍କୁ କୋର୍ଟ ଚାଲାଣ କରିବ ମୁମ୍ୱାଇ ପୋଲିସ । Hotshot ନାଁରେ ଏକ ଆପ୍ ନିର୍ମାଣ କରାଯାଇଥିଲା । ଏଥିରେ ଅଶ୍ଳୀଳ ଫିଲ୍ମ ସବୁ ରିଲିଜ କରାଯାଉଥିଲା । ପୋଲିସ କହିବା ଅନୁସାରେ ଏହି ଆପ୍ର ମାଲିକ ରାଜ କୁନ୍ଦ୍ରା । ତେବେ ସେ କହିଛନ୍ତି, ଏହି ଆପ୍ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ।
BREAKING NEWS
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?
- Modi Cabinet: ବିଦା ହେବେ କି ୨ କେନ୍ଦ୍ରମନ୍ତ୍ରୀ? ରାଜ୍ୟସଭା ଲିଷ୍ଟରୁ ନାଁ ଗାଏବ! ମୋଦୀ କ୍ୟାବିନେଟରେ ବଡ଼ ପରିବର୍ତ୍ତନ ଆଭାସ!
- SCB ମେଡିକାଲରେ ହାଇଡ୍ରାମା; ପାଣିଟାଙ୍କିରୁ ଡେଇଁ ପଡ଼ିଲେ ଯୁବକ
- Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା
- ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା
- ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍ !
- ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍

Comments are closed.