Latest Odisha News

BREAKING NEWS

ଆମିର୍‌ଙ୍କୁ ଡେଟ୍‌ କରୁଛନ୍ତି ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା

ମୁମ୍ବାଇ: ପ୍ରେମରେ ପଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ । ଅଭିନେତା ଆମିର ଅଲିଙ୍କ ପ୍ରେମରେ ପଡ଼ିଲେ ସମିତା  ।

ଶୁକ୍ରବାର ମୁମ୍ବାଇରେ ଆୟୋଜିତ ସମିତା ଆଶିଷ ଚୌଧୁରୀଙ୍କ ବିବାହ ବାର୍ଷିକୀର ପାର୍ଟିରେ ସାମିଲ ହୋଇଥିଲେ। ଏହି ପାର୍ଟିରେ ସେ ଆମିରଙ୍କ ନିକଟତର ହେବାର ନଜର ଆସିଥିଲେ। ଏହାଛଡ଼ା ଏକ ଭିଡିଓରେ ଆମିର ସମିତାଙ୍କୁ ଗାଡ଼ି ଯାଏ ଛାଡ଼ିବାକୁ ଆସି ଗୁଡବାଏ କିସ୍‌ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସମିତା ପ୍ରେମରେ ପଡ଼ିଥିବା ଅନୁମାନ କରାଯାଉଛି।

ପୂର୍ବରୁ ତାଙ୍କ ନାମ ଅଭିନେତା ରାକେଶ ବାପଟଙ୍କ ସହ ଯୋଡ଼ା ଯାଇଥିଲା। ବିଗ୍‌ବସ୍‌ ଘରେ ଉଭୟଙ୍କ ଭେଟ ହୋଇଥିଲା। ପ୍ରଶଂସକ ତାଙ୍କ ଯୋଡ଼ିକୁ ପସନ୍ଦ କରୁଥିଲେ ହେଁ ଏହା ବେଶି ଦିନ ଚାଲି ନ ଥିଲା। ଏବେ ରାକେଶଙ୍କଠାରୁ ଅଲଗା ହେବା ପରେ ସେ ଅଭିନେତା ଆମିର ଅଲିଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି।

ଏକ ରିପୋର୍ଟରେ ମଧ୍ୟ ସମିତା ଆମିରଙ୍କୁ ଦୀର୍ଘ ଦିନରୁ ଜାଣିଥିବା କୁହାଯାଇଛି। ଏବେ ତାଙ୍କ ମଧ୍ୟରେ କେବଳ ବନ୍ଧୁତା ନା ଆଉ କିଛି ରହିଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

ଆମିର ହେଉଛନ୍ତି ଅଭିନେତ୍ରୀ ସଞ୍ଜିଦା ଶେଖଙ୍କ ପୂର୍ବ ସ୍ବାମୀ। ସେ ଏକ ସନ୍ତାନର ପିତା ମଧ୍ୟ। ଦିନେ ସଞ୍ଜିଦାଙ୍କ ସହ ଆମିରଙ୍କ ଯୋଡ଼ି ଟେଲିଭିଜନର ଲୋକପ୍ରିୟ ଯୋଡ଼ି ଲୋକପ୍ରିୟ ଥିବା ବେଳେ ତାହା ଭାଙ୍ଗିବା ପରେ ପ୍ରଶଂସକଙ୍କ ମନରେ ଗଭୀର ଦୁଃଖ ଦେଇଥିଲା।

Leave A Reply

Your email address will not be published.