ମୟୂରଭଞ୍ଜ: ଏଥର ଶିମିଳିପାଳକୁ ସୁରକ୍ଷା ଦେବେ ଦୁଇଟି ପ୍ରଶିକ୍ଷିତ ସ୍ନିଫର୍ ଡଗ୍ । ଏନେଇ ଶିମିଳିପାଳ ଟାଇଗର୍ ରିଜର୍ଭର ସୁରକ୍ଷା ଦାୟିତ୍ବରେ ସାମିଲ ହେଲେ ବେଲଜିଆନ୍ ମାଲିନୋଇସ୍ ପ୍ରଜାତିର କୁକୁର ନାନ୍ତା ଓ ଅନ୍ନିକା । ଉଭୟ କୁକୁର ତେଲେଙ୍ଗାନାର ସିକନ୍ଦରାବାଦଠାରେ ତାଲିମ ସମାପ୍ତ କରି ଶିମିଳିପାଳକୁ ଆସିଛନ୍ତି ।
ଅପରାଧୀ କିମ୍ବା ଅନ୍ୟ ସନ୍ଦିଗ୍ଧ ଗତିବିଧିର ପିଛା କରିବା ପାଇଁ ନାନ୍ତାକୁ ଟ୍ରାକିଂ ତଥା ଅନୁସରଣରେ ବିଶେଷ ଭାବେ ପ୍ରଶିକ୍ଷଣ ଦିଆଯାଇଛି । ସେହିପରି ହାତୀ ଦାନ୍ତ, ବାଘ ଚମଡ଼ା ଓ ଜୀବଜନ୍ତୁଙ୍କ ଦେହାବଶେଷକୁ ଆଘ୍ରାଣ କରି ଠାବ କରିବାରେ ଅନ୍ନିକା ବେଶ୍ ପାରଙ୍ଗମ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି ।
ତେବେ ଶିପିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ପୂର୍ବରୁ ୬ଟି କୁକୁର ସାମିଲ ଥିବବେଳେ, ଏବେ ନାନ୍ତା ଓ ଅନ୍ନିକା ଯୋଗଦେଇଛନ୍ତି । ଯାହାଫଳରେ ଅଭୟାରଣ୍ୟର ସୁରକ୍ଷାରେ ବୃଦ୍ଧି ଘଟିଛି । ଏହା ବ୍ୟତୀତ ପୂର୍ବରୁ ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ୬ଟି କୁମ୍କୀ ହାତୀ ନିୟୋଜିତ ଥିଲେ । ହେଲେ ସେଥିରୁ ୨ଟି ହାତୀଙ୍କ ମୃତ୍ୟୁ ଘଟିଛି ।
Comments are closed.