ମୁମ୍ବାଇ: ସଞ୍ଜୟ ରାଉତଙ୍କ ଏକ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି । ରାଉତ କହିଛନ୍ତି ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଓ ବିଜେପି ମେଂଟ ସରକାର ୧୫ରୁ ୨୦ ଦିନ ମଧ୍ୟରେ ଭାଙ୍ଗିଯିବ । ସିନ୍ଦେ-ଫଡନବୀଶ ସରକାର ଆଉ ବେଶୀ ଦିନ ତିଷ୍ଠିବନି । ମୁଁ ପୂର୍ବରୁ କହିଥିଲେ ଏବେ ତ ଏହି ସରକାରର ଡେଥ ୱାରେଂଟ ଜାରୀ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ନିଷ୍ପତି ଯୋଗୁ ସରକାରର ଲାଇଫଲାଇନ ବଢ଼ି ଯାଇଥିଲା । ଏ ନେଇ ଏକନାଥ କିମ୍ବା ଫଡନଭୀଶଙ୍କ ମଧ୍ୟରୁ କାହାର ବୟାନ ଆସି ନାହିଁ । ଗତବର୍ଷ ଜୁନରେ ଏକନାଥ ସିନ୍ଦେ ବିଦ୍ରୋହ କରି ଶିବସେନାରୁ ଅଲଗା ହୋଇ ଯାଇଥିଲେ ।
ପରେ ଏହି ବିଦ୍ରୋହୀମାନଙ୍କୁ ସରକାର ଗଠନ କରିବାରେ ବିଜେପି ସହଯୋଗ କରିଥିଲା । ଉଦ୍ଧବ ଠାକରେଙ୍କ ଗୋଷ୍ଠୀରୁ ଅନେକ ବିଧାୟକ ଏହି ସରକାରରେ ଯୋଗ ଦେଇଥିଲେ । ପାର୍ଟିର ନାମ ଓ ସଙ୍କେତକୁ ନେଇ ବିବାଦ ଉପୁଜିଥିଲା । ନିର୍ବାଚନ ଆୟୋଗ ସିନ୍ଦେ ଗୋଷ୍ଠୀଙ୍କୁ ଏହା ପ୍ରଦାନ କରିଥିଲେ । ସଞ୍ଜୟ ରାଉତଙ୍କ ଯୋଗୁ ଉଦ୍ଧବ ଠାକରେ ବିଜେପି ହାତଛାଡି ମହାରାଷ୍ଟ୍ରରେ ଅନ୍ୟମାନଙ୍କ ସହାୟତାରେ ସରକାର ଗଠନ କରିଥିଲେ ।
Comments are closed.