Latest Odisha News

BREAKING NEWS

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ପୁଣି ଝଟକା, ବିଜେଡିରେ ମିଶିଲେ ତ୍ରିନାଥ ଗୋୟେଲ

ଭୁବନେଶ୍ୱର: ଉପନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଝଟକା ଲାଗିଛି । ଝାରସୁଗୁଡ଼ା ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ତ୍ରିନାଥ ଗୋୟେଲ୍ ଆଜି ବିଜେଡିରେ ସାମିଲ୍ ହୋଇଛନ୍ତି । ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ୍ ହୋଇଛନ୍ତି ତ୍ରିନାଥ ଗୋୟେଲ ।

ତ୍ରିନାଥ ଗୋୟେଲ ଏବେ ବାର କାଉନସିଲର ସଭାପତି ଅଛନ୍ତି । ମିଶ୍ରଣ ଅବସରରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ଝାରସୁଗୁଡ଼ା ବିଜେଡି  ସାରଦା ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.