Latest Odisha News

BREAKING NEWS

ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ

ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ ।  କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା ପକ୍ଷରୁ ରାତିରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ଏହା ସହିତ ପ୍ରତିଦିନ ସକାଳ ଏବଂ ରାତିରେ ହେଉଥିବା ଆଳତିରେ ମଧ୍ୟ ଶ୍ରଦ୍ଧାଳୁ ସାମିଲ ହେବେ ନାହିଁ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । କରୋନା ଭାଇରସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର ।

କରୋନାରୁ ନୂଆ ଭାରିଏଣ୍ଟ ମାମଲା ବଢୁଥିବା ଯୋଗୁଁ ରାଜ୍ୟରେ ରାତି ୯ଟାରୁ ସକାଳ ୬ ପର୍ଯ୍ୟନ୍ତ ସାର୍ବଜନୀକ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ବିବାହ ସମାରୋହ ଯଦି କୌଣସି ରୁମ୍‌ ମଧ୍ୟରେ ହେଉଛି ତେବେ ୧୦୦ ଜଣଙ୍କୁ ଅନୁମତି ଆଉ ଯଦି ଖୋଲା ସ୍ଥାନରେ ହେଉଥିଲେ ତେବେ ୨୫୦ ଲୋକଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ ନାହିଁ ।

ନୂଆବର୍ଷ ସେଲିବ୍ରେସନ ଉପରେ ମଧ୍ୟ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.