Latest Odisha News

BREAKING NEWS

ଶିରିଡି ସାଇ ମନ୍ଦିର ବନ୍ଦ ଘଟଣା: ଗୁଜବ ବୋଲି କହିଲେ ମନ୍ଦିର ସିଇଓ

ଶିରିଡି: ଆସନ୍ତା ଜାନୁୟାରୀ ୧୯ ତାରିଖରୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ଗୁଜବ ବୋଲି କହିଛନ୍ତି ମନ୍ଦିର ସିଇଓ ଦୀପକ ମୁଗଲିକର।

” ଆସନ୍ତା ଜାନୁଆରୀ ୧୯ ତାରିଖରୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ ରହିବ ବୋଲି ଅନେକ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ମୁଁ ଏହା ସ୍ପଷ୍ଟ କରି ଦେବାକୁ ଚାହୁଁଛି ଯେ, ୧୯ ତାରିଖ ଦିନ ମନ୍ଦିର ଖୋଲା ରହିବ । ଭକ୍ତମାନେ ଅନ୍ୟ ଦିନ ମାନଙ୍କ ଭଳି ଏହିଦିନ ମଧ୍ୟ ବାବାଙ୍କ ଦର୍ଶନ କରି ପାରିବେ ବୋଲି” ସେ ଜାତୀୟ ଗଣମାଧ୍ୟମ ଏଏନଆଇକୁ ସୂଚନା ଦେଇ କହିଛନ୍ତି ।

ପୂର୍ବରୁ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମରାଠାବାଡ଼ସ୍ଥିତ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବା ସଙ୍ଗେ ସଙ୍ଗେ ଏହାର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ ।

ମହାରାଷ୍ଟ୍ର ସରକାର ଦ୍ୱାରା ପାଥରୀକୁ ତୀର୍ଥସ୍ଥାନ ଭାବେ ଘୋଷଣା କରାଯାଇ ଏହାର ବିକାଶ କ୍ଷେତ୍ରରେ ୧୦୦ କୋଟି ଟଙ୍କାର ପ୍ୟାକେଜ କରାଯାଇଛି । ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଜେପି ସାଂସଦ ସୁଜୟ ଭିଖେ ପାଟିଲ ଶୁକ୍ରବାର ‘ଆଇନଗତ ଲଢ଼େଇ’ ପାଇଁ ଚେତାବନୀ ଦେଇଛନ୍ତି । ବିବାଦ ଯୋଗୁଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜାନୁଆରୀ ୧୯ରୁ ଶିରିଡି ବନ୍ଦ ଆହ୍ୱାନ ଦିଆଯାଇଥିବା ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆରେ ରିପୋର୍ଟ ପ୍ରକାଶିତ ହୋଇଥିଲା।

Leave A Reply

Your email address will not be published.