ମୁମ୍ବାଇ: ବଲିଉଡର ପ୍ରଖ୍ୟାତ୍ ଅଭିନେତ୍ରୀ ଶାବନା ଆଜମି ଶନିବାର ଦିନ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ୱେରେ ଘଟିଥିବା ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ।
ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
Maharashtra: Actor Shabana Azmi injured in a car accident near Kahalpur on Mumbai-Pune Expressway.
— ANI (@ANI) January 18, 2020
ପ୍ରାପ୍ତ ସୂଚନାନୁଯାୟୀ ଏହି ଘଟଣା ଆଜି ଅପରାହ୍ନ ୪ଟା ବେଳେ ଘଟିଥିଲା । ଯେତେବେଳେକି ସେ ତାଙ୍କ ସ୍ୱାମୀ ଜାଭେଦ ଅଖତରଙ୍କ ସହ ଗାଡିରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ୱେରେ ଯାଉଥିଲେ ।
ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।
ଅପରପକ୍ଷରେ ଏନେଇ ଅଧିକ ସୂଚନା ହସ୍ତଗତ ହୋଇପାରିନାହିଁ ।