Latest Odisha News

BREAKING NEWS

ଗୋଦଭରାଇରେ ଖୁସିରେ ନାଚିଲେ ଅଭିନେତ୍ରୀ ଇଶିତା

ମୁମ୍ବାଇ: ବଲିଉଡ ଫିଲ୍ମ ଦୃଶ୍ୟମ୍ ଓ ଦୃଶ୍ୟମ ୨ରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି ଅଭିନେତ୍ରୀ ଇଶିତା ଦତ୍ତା । ସେ ଏହି ଫିଲ୍ମରେ ସୁପରଷ୍ଟାର ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ , ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ନିକଟରେ ଇଶିତାଙ୍କ ଗୋଦଭରାଇ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଈଶିତା ଖୁସିରେ ତାଙ୍କର ବେବି ବମ୍ପକୁ ଧରି ନାଚୁଥିବା ଦେଖିବାକୁ ମିଳୁଛି, ଯାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

୨୦୧୭ ମସିହାରେ ଇଶିତା ଅଭିନେତା ବତ୍ସଲ ସେଠ୍‌କୁ ବିବାହ କରିଥିଲେ । ଈଶିତା ମା’ ହେବା ଖବର ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏହା ଜାଣିବା ପରେ ପ୍ରଶଂସକମାନେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତିି । ନିକଟରେ ତାଙ୍କର ଗୋଦଭରାଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ତାଙ୍କ ଘରର ନୂଆ ଅତିଥି ଏଦୁନିଆକୁ ଭଲରେ ଆସୁ ବୋଲି କହି ସମସ୍ତଙ୍କଠୁ ଆର୍ଶୀବାଦ ମାଗିଛନ୍ତି ।

ଇଶିତା ଫିଲ୍ମରେ ଅଭିନୟ କରିବା ସହ ଅନେକ ଟିଭି ଧାରାବାହିକରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ ହୋଇପାରିଥିଲେ । ଈଶିତା ହେଉଛନ୍ତି ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସାନ ଭଉଣୀ ।

Comments are closed.