Latest Odisha News

BREAKING NEWS

ମମତାଙ୍କ ସମର୍ଥନରେ ବାହାରିଲା ଶିବସେନା

ମୁମ୍ବାଇ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । ବିଜେପି କ୍ଷମତାକୁ ଆସିବାକୁ ଜୋରଦାର ପ୍ରୟାସ ଚଳାଇଥିବା ବେଳେ, ଗଡ଼ ବଞ୍ଚାଇବାକୁ ଲାଗି ପଡିଛି ଟିଏମସି । ତେବେ ପଶ୍ଚିମବଙ୍ଗରେ ଟିଏମସି ହାତମୁଠାକୁ ଟାଣ କରିବାକୁ ଆଗକୁ ଆସିଛି ଶିବସେନା । ଦଳ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ନାହିଁ ବୋଲି ଘୋଷଣା କରିଛି । ଏଥିସହ ମମତାଙ୍କୁ ଜିତାଇବା ପାଇଁ ଶିବସେନା ପ୍ରଚାର କରିବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ।

ପଶ୍ଚିମବଙ୍ଗରେ ମମତା ସରକାରଙ୍କୁ ଚ୍ୟାଲେଞ୍ଜ ଦେବାକୁ ଲାଗି ପଡିଛି ବିଜେପି । ଟିଏମସିକୁ କ୍ଷମତାରୁ ହଟାଇବା ପାଇଁ ମାରାଥନ ପ୍ରଚାର ଆରମ୍ଭ କରିଛି ବିଜେପି । ତେଣୁ ଏଭଳିସ୍ଥିତିରେ ଶିବସେନା ମମତା ବାନାର୍ଜୀଙ୍କ ଲାଗି ପଶ୍ଚିମବଙ୍ଗରେ ପ୍ରଚାର କରିବ ।

ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ଆରମ୍ଭ ହେବ ମତଦାନ । ପଶ୍ଚିମବଙ୍ଗରେ ଏଥର ୮ଟି ପର୍ଯ୍ୟାୟରେ ହେଉଛି ମତଦାନ । ଏଥିସହ ମେ ୨ ତାରିଖରେ ହେବ ଭୋଟ ଗଣତି ।

Leave A Reply

Your email address will not be published.