Latest Odisha News

BREAKING NEWS

ଚେତନଙ୍କ ଇସ୍ତଫା ପରେ ଚୟନ କମିଟି ଚେୟାରମ୍ୟାନ ଦୌଡରେ ଓଡିଶାର ଶିବସୁନ୍ଦର

ଭୁବନେଶ୍ୱର: ଷ୍ଟିଙ୍ଗ ଅପରେଶନ ପରେ ବିସିସିଆଇ ଚୟନ କମିଟି ଚେୟାରମ୍ୟାନ ପଦରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି । ଖାଲି ପଡିଥିବା ଏହି ସ୍ଥାନ ପାଇଁ ଏବେ ଉପଯୁକ୍ତ ପ୍ରାର୍ଥୀ ଖୋଜା ଚାଲିଛି । ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ଓଡିଶାର ପ୍ରତିଷ୍ଠିତ ଖେଳାଳି ଶିବ ସୁନ୍ଦର ଦାସ ଏହି ଦୌଡରେ ଆଗରେ ରହିଛନ୍ତି । ସେ ୨୩ଟି ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ବର୍ତମାନ ଚୟନ କମିଟି ସଦସ୍ୟଙ୍କ ମଧ୍ୟରେ ଥିବା ଅନ୍ୟମାନଙ୍କ ତୁଳନାରେ ସେ ଅଧିକ ଆନ୍ତର୍ଜାତୀୟ ଟେଷ୍ଟ ଖେଳିଛନ୍ତି । ଏହି କମିଟିର ଅନ୍ୟ ସଦସ୍ୟମାନେ ସୁବ୍ରୋତୋ ବାନାର୍ଜୀ (ପୂର୍ବାଂଚଳ), ସଲିଲ ଆଙ୍କୋଲା (ପଶ୍ଚିମାଂଚଳ) ଓ ଶ୍ରୀଧରନ ଶରଥ (ଦକ୍ଷିଣାଂଚଳ) । ଦାସ କେନ୍ଦ୍ରାଂଚଳ ପକ୍ଷରୁ କମିଟି ପାଇଁ ମନୋନୀତ ହୋଇଥିଲେ ।

BjdElectrycity

ତେବେ ବିସିସିଆଇ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ ପରେ ଚେତନଙ୍କୁ ଚୟନ କମିଟି ଚେୟାରମ୍ୟାନ ପଦରୁ ହଟା ଯାଇଥିଲା । ମାତ୍ର ଏହାର କିଛି ଦିନ ପରେ ତାଙ୍କୁ ପୁନଃନିଯୁକ୍ତ କରାଯାଇଥିଲା । ଷ୍ଟିଙ୍ଗ ଅପେରେଶନରେ ସେ କେତେକ ଚାଂଚଲ୍ୟକର ବୟାନ ଦେବାରୁ ତାଙ୍କ ଇସ୍ତଫା ଦେବା ପାଇଁ ପରୋକ୍ଷରେ ଚାପ ପକା ଯାଇଥିଲା ।

Leave A Reply

Your email address will not be published.