Latest Odisha News

BREAKING NEWS

ଭାରତକୁ ଫେରିବ ଛତ୍ରପତି ଶିବାଜୀଙ୍କ ଐତିହାସିକ ବାଘନଖ

ନୂଆଦିଲ୍ଲୀ: ଛତ୍ରପତି ଶିବାଜୀଙ୍କ ଐତିହାସିକ ବାଘନଖ ଶେଷରେ ଭାରତ ଫେରିବ । ବ୍ରିଟେନ ଏହାକୁ ଫେରାଇବା ପାଇଁ ରାଜି ହୋଇଛି । ୧୬୫୯ରେ ବୀଜାପୁର ସୁଲତାନର ସେନାପତି ଅଫଜଲ ଖାଁଙ୍କୁ ମାରିବା ପାଇଁ ଶିବାଜୀ ଏହାକୁ ବ୍ୟବହାର କରିଥିଲେ । ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଙ୍ଗଟିୱାର ଅକ୍ଟୋବରରେ ଆବଶ୍ୟକ ପ୍ରକ୍ରିୟା ପୂରଣ କରିବା ପାଇଁ ଅକ୍ଟୋବରରେ ଲଣ୍ଡନ ଯିବେ । ସେଠାରେ ଭିକ୍ଟୋରିଆ ଓ ଆଲବର୍ଟ ସଂଗ୍ରହାଳୟରେ ବୁଝାମଣା ପତ୍ରରେ ସେ ସ୍ୱାକ୍ଷର କରି ଏହାକୁ ଆଣିବେ । ଉକ୍ତ ସଂଗ୍ରହାଳୟରେ ଏହି ନଖକୁ ଦାୟିତ୍ୱ ସହକାରେ ରଖା ଯାଇଥିଲା । ଏହା ଆମ ପାଇଁ କେବଳ ବାଘ ନଖ ନୁହେଁ, ଆସ୍ଥା ଓ ବିଶ୍ୱାସର ପ୍ରତୀକ ବୋଲି ସୁଧୀର କହିଛନ୍ତି ।

ଏହି ନଖକୁ ହାତରେ ପିନ୍ଧା ଯାଇପାରିବ । ଜଗଦମ୍ବା ଖଣ୍ଡା ମଧ୍ୟ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି । ଶିବାଜୀଙ୍କୁ ବନ୍ଧୁତ୍ୱ ଆଳରେ ମାରିବା ପାଇଁ ଅଫଜାଲ ଷଡଯନ୍ତ୍ର ରଚିଥିଲେ । ମାତ୍ର ଶିବାନୀ ମହାରାଜା ଏହାକୁ ପୂର୍ବାନୁମାନ କରି ନିଜ ହାତରେ ଏହି ନଖ ଲଗାଇ ଯାଇଥିଲେ । ଅଫଜାଲ ତାଙ୍କୁ ମାରିବା ପାଇଁ ଉଦ୍ୟମ କରିବା ବେଳେ ଶିବାଜୀ ବାଘ ନଖରେ ତାଙ୍କୁ ହତ୍ୟା କରିଥିଲେ ।

Leave A Reply

Your email address will not be published.