Latest Odisha News

ଶିବରାଜଙ୍କ କ୍ୟାବିନେଟରେ ୯ ଜ୍ୟୋତିରାଦିତ୍ୟ ସମର୍ଥକ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ୨୮ ଜଣ ମନ୍ତ୍ରୀ ରାଜ ଭବନରେ ଶପଥ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ । ଶିବରାଜଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ୨୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ । ତୁଳସୀ ସିଲାଭାଟ ଏବଂ ଗୋବିନ୍ଦ ସିଂ ପୂର୍ବରୁ ମନ୍ତ୍ରୀ ହୋଇ ସାରିଛନ୍ତି । ଏହି ଦୁଇ ଜଣଙ୍କୁ ମିଶାଇଲେ ୧୧ ଜଣ ପୂର୍ବତନ ବିଧାୟକଙ୍କୁ ମନ୍ତ୍ରୀ କରାଯାଇଛି ।

ମାର୍ଚ୍ଚରେ ସିନ୍ଧିଆଙ୍କ ସହିତ ମୋଟ ୨୨ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ସିନ୍ଧିଆ ସମର୍ଥକଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପି ନେତାଙ୍କୁ ମନ୍ତ୍ରୀ ପଦରୁ ବଞ୍ଚିତ କରାଯାଇଥିବା ସୂଚନା ରହିଛି । ଶିବରାଜଙ୍କ ପୂର୍ବ ସରକାର ଏମିତିକି ତାଙ୍କ ନିକଟତମ ବ୍ୟକ୍ତି ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇ ନାହାନ୍ତି । ରାଜ୍ୟ ବିଜେପିର ଅନ୍ୟତମ ନେତା ନରେନ୍ଦ୍ର ସିଂ ତୋମାର, କୈଳାସ ବିଜୟ ଭର୍ଗିଆ ଏବଂ ନରୋତ୍ତମ ମିଶ୍ରଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ମନ୍ତ୍ରିମଣ୍ଡଳକୁ ନେଇ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି ।

Leave A Reply

Your email address will not be published.