Latest Odisha News

BREAKING NEWS

ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲ ଉଚ୍ଛେଦ ଦାବି

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତ ବହୁଳ କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲ ଉଚ୍ଚେଦକୁ ନେଇ ରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ଦଳ ଦାବି କରିଛି ଯେ, ସରକାରୀ ସଂସ୍ଥା ଓ ସରକାରୀ ଅର୍ଥରେ କ୍ଷତି ଆଣୁଥିବା ନୂଆ ଡିଜାଇନକୁ ବାତିଲ କରାଯାଉ। ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲକୁ ତୁରନ୍ତ ହଟାଯାଉ । ମଲ୍ ଭଳି ଏକ ଘରୋଇ ସଂସ୍ଥାର ସ୍ୱାର୍ଥ ବଦଳରେ ସରକାରୀ ସଂସ୍ଥା ଓ ଜନସାଧାରଣଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉ । ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖା ପକ୍ଷରୁ ବିଏମସି କମିଶନରଙ୍କୁ ଦାବିପତ୍ର ଦିଆଯାଇଛି ।

ରାଜ୍ୟ ବିଜେପି ନିଜ ଦାବିପତ୍ରରେ ଦର୍ଶାଇଛି ଯେ, ମାଉସୀ ମା ଛକରୁ କଳ୍ପନା ଛକ ରାସ୍ତା ସଂପ୍ରସାରଣ କରି ୪ ଥାକିଆ କରିବାକୁ ରାଜ୍ୟ ସରକାର ଦେଢବର୍ଷ ତଳେ ଟେଣ୍ଡର ଦେଇଥିଲେ । ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମିଳିବା ପରେ ସଂପୃକ୍ତ ଅଂଚଳରୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି । ହେଲେ ଉତ୍କଳ କନିକା ଗ୍ୟାଲେରିଆର ବେଆଇନ୍ ଜବରଦଖଲ ନିର୍ମାଣ ପାଖରେ ସରକାର ଅଟକିଯାଇଛନ୍ତି । ପୁରୁଣା ଟେଣ୍ଡର, ପ୍ଲାନିଂ ଓ ଡିଜାଇନକୁ ବାଦ ଦେଇ ନୂଆ କରିଛନ୍ତି । ଯେଉଁଥିରେ ସରକାରୀ କୋଠା ଭାଂଗି ନିଜେ ସରକାର କ୍ଷତି ସହିବେ ଏବଂ ମଲର ବେଆଇନ୍ ନିର୍ମାଣ ସୁରକ୍ଷିତ ରହିବ । ଏହାକୁ ବନ୍ଦ କରିବାକୁ ଦାବି କରିଛି ରାଜ୍ୟ ବିଜେପି ।

Leave A Reply

Your email address will not be published.