Latest Odisha News

ଆଜି ଓଡ଼ିଶା ଆସିବେ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ମଧ୍ୟପ୍ରଦେଶର ପୂବର୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର  ସଂସଦୀୟ କ୍ଷେତ୍ରର  ସେ ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ସେ ଜଗତସିଂହପୁର ଗସ୍ତ କରିବେ ।

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । ଏହାପରେ ସେ ମା’ ଶାରଳାଙ୍କ ଦର୍ଶନ କରିବେ । ସନ୍ଧ୍ୟାରେ କଟକ ସ୍ଥିତ ଶାରଳା ଭବନରେ ଅନୁଷ୍ଠିତ ହେବାକୁ ଥିବା କଟକ ସଂସଦୀୟ  କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । ଏହପରେ ସେ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.