Latest Odisha News

BREAKING NEWS

‘ଭୁଲ ଭୁଲେୟା’ ଦୁନିଆକୁ ଫେରିବ ମଞ୍ଜୁଲିକା, କାର୍ତ୍ତିକ ଆର୍ଯ୍ୟନଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇଥିବା ଲୋକପ୍ରିୟ ଫିଲ୍ମ ‘ଭୁଲ ଭୁଲେୟା ଫ୍ରାଞ୍ଚାଇଜ’ର ପାର୍ଟ-2 ରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜ କାମର ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଥିଲେ । ଲୋକମାନେ ତାଙ୍କ ଫିଲ୍ମରେ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ପ୍ରଶଂସକଙ୍କ ଏହି ଭଲପାଇବାକୁ ଦେଖି ଫିଲ୍ମର ନିର୍ମାତା 2023 ମସିହାରେ ଫିଲ୍ମର ତୃତୀୟ ଭାଗ ର ଘୋଷଣା କରିଥିଲେ । ନିର୍ମାତା ଏହି ଫିଲ୍ମ ଘୋଷଣା କରିବା ଦିନଠାରୁ, ପ୍ରଶଂସକମାନେ ଏହି ଫିଲ୍ମ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଥିଲେ । ବିଶେଷକରି ପ୍ରଶଂସକମାନେ ଫିଲ୍ମର ହିରୋଇନଙ୍କ ନାମ ଜାଣିବାକୁ ବହୁତ ଉତ୍ସାହିତ ଅଛନ୍ତି ।

ଏହି ସମୟରେ ପ୍ରଶଂସକଙ୍କ ଉତ୍ସାହ ଦେଖି ଫିଲ୍ମର ଅଭିନେତା ଅର୍ଥାତ୍ କାର୍ତ୍ତିକ ଆର୍ଯ୍ୟନ୍ ଫିଲ୍ମର ହିରୋଇନଙ୍କ ନାମ ଉପରୁ ପରଦା ହଟାଇଛନ୍ତି । ସୋସିଆଲ ମିଡିଆରେ ହିରୋଇନଙ୍କ ବିଷୟରେ ଅଭିନେତା ଏକ ଘୋଷଣା କରିଛନ୍ତି ।

କାର୍ତ୍ତିକ ଆର୍ଯ୍ୟନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ‘ଭୁଲ ଭୁଲେୟା’ରେ ମଞ୍ଜୁଲିକା ଅଭିନୟ କରି ଏଥର ପ୍ରଶଂସକଙ୍କୁ ଭୟଭୀତ କରିବାକୁ ଆସୁଥିବା ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି । ହଁ, ବିଦ୍ୟା ବାଲାନ ପୁଣି ଥରେ ମଞ୍ଜୁଲିକା ଭାବରେ ଭୁଲ ଭୁଲେୟା ଦୁନିଆକୁ ଫେରୁଛନ୍ତି ।

ବିଦ୍ୟା ବାଲାନଙ୍କ ଭିଡିଓ ସେୟାର କରୁଥିବାବେଳେ କାର୍ତ୍ତିକ କ୍ୟାପସନରେ ଲେଖିଛନ୍ତି, ‘ଏବଂ ଏହା ହିଁ ହେବ’ । ଓଜି ମଞ୍ଜୁଲିକା ବୁଲ ଭୁଲେୟା ଦୁନିଆକୁ ରିଟର୍ଣ୍ଣ କରୁଛନ୍ତି । ବିଦ୍ୟା ବାଲାନଙ୍କୁ ସ୍ୱାଗତ କରିବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ । ଏହା ସହିତ କାର୍ତ୍ତିକ ଆର୍ଯ୍ୟନ୍ ଫିଲ୍ମ ‘ଭୁଲ୍ ଭୁଲେୟା 3’ ର ରିଲିଜ୍ ଟାଇମ ମଧ୍ୟ କହିଛନ୍ତି । କାର୍ତ୍ତିକ କହିଛନ୍ତି ଯେ ଏହି ଫିଲ୍ମ 2024 ର ଦିପାବଳୀ ରେ ହିଁ ରିଲିଜ ହେବ ।

କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ପୋଷ୍ଟ ପରେ ବିଦ୍ୟା ବାଲାନ ମଧ୍ୟ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ମେରେ ଢୋଲନା ଆରହି ହୈ ଓ୍ବାପସ…ତୁମର ମଞ୍ଜୁଲିକା, ଏଥର ରୁହ ବାବା କାର୍ତ୍ତିକ ଆର୍ଯ୍ୟଙ୍କ ସହ ।

ତେବେ 2007 ରେ ଅକ୍ଷୟ କୁମାର ଏବଂ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା’ ରିଲିଜ ହୋଇଥିଲା । ଏଥିରେ ସାଇନୀ ଆହୁଜା, ରାଜପାଲ ଯାଦବ, ଅମିଶା ପଟେଲଙ୍କ ସମେତ ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଫିଲ୍ମର କାହାଣୀ ଠାରୁ ଆରମ୍ଭ କରି ଫିଲ୍ମର ସମସ୍ତ ଷ୍ଟାର କାଷ୍ଟର ଅଭିନୟ ପର୍ଯ୍ୟନ୍ତ ଲୋକମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରର ସଫଳତା ଦେଖି 2022 ମସିହାରେ ଫିଲ୍ମର ଏକ ସିକ୍ୱେଲ ତିଆରି କରାଯାଇଥିଲା ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁଙ୍କୁ ଦେଖିବାକୁ ମିଳିଥିଲା ​।

ଏହି ଫିଲ୍ମରେ କାର୍ତ୍ତିକ ରୁହ ବାବାଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ତବୁ ଏଥିରେ ଡବଲ ରୋଲରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ମଧ୍ୟ ପାଇଥିଲା । ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ତୃତୀୟ ଭାଗ ରିଲିଜକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫିଲ୍ମର ତୃତୀୟ ଭାଗ ଦର୍ଶକଙ୍କୁ ଫିଲ୍ମର ପ୍ରଥମ ଏବଂ ଦ୍ୱିତୀୟ ଭାଗ ପରି ଉତ୍ସାହିତ କରିବାରେ ସକ୍ଷମ କି ନୁହେଁ ତାହା ଦେଖିବା ମଜାଦାର ହେବ ।

ତେବେ ‘ଭୁଲ ଭୁଲେଆ 3’ ର ଭୂଷଣ କୁମାର ପ୍ରଡ୍ୟୁସ କରୁଥିବାବେଳେ, ଅନିସ ବଜମି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଫିଲ୍ମର ସୁଟିଂ ମାର୍ଚ୍ଚରୁ ଆରମ୍ଭ ହେବ ।

Leave A Reply

Your email address will not be published.