Latest Odisha News

BREAKING NEWS

ଅଯୋଗ୍ୟ ମୁଖିଆ; ପାକିସ୍ତାନର ଶୋଚନୀୟ ପରାଜୟ ପରେ ବର୍ଷିଲେ ସୋଏବ ଅଖତର

ନୂଆଦିଲ୍ଲୀ: ଗତ କାଲି ହୋଇଥିବା ଟି ୨୦ ବିଶ୍ଵକପ ରେ ପାକିସ୍ତାନର ଶୋଚନୀୟ ପରାଜୟ ପରେ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକଭିଙ୍କୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

କଲମ୍ବୋରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚ୍ ରେ ପାକିସ୍ତାନ ଭାରତ ଠାରୁ ୬୧ ରନରେ ପରାଜୟ ହୋଇଛି। ତେବେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସମ୍ପୂର୍ଣ୍ଣ ୨୦ ଓଭର ମଧ୍ୟ ଖେଳି ପାରିନଥିଲା।

ଏକ ସାକ୍ଷାତକାରରେ ସୋଏବ ଅଖତର କହିଛନ୍ତି ଯେ ଜଣେ ବ୍ୟକ୍ତି ଯିଏ କି ନିଜକୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ କହୁଛନ୍ତି, ସେ ବାବର ଆଜମଙ୍କୁ ସୁପରଷ୍ଟାର ବନାଇଥିବା ଦାବି କରୁଛନ୍ତି କିନ୍ତୁ ବାବର୍ ଗୋଟିଏ ବି ମ୍ୟାଚ୍ ଜିତାଇ ପାରିନାହାନ୍ତି। ସେ ନକଭିଙ୍କ ଚୟନ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଓ ଯେତେବେଳେ ଜଣେ ଅଯୋଗ୍ୟ ଏବଂ ଅପାରଗ ବ୍ୟକ୍ତିଙ୍କୁ ବଡ଼ କାମ ଦିଆଯାଏ ତାହେଲେ, ସେ ଦେଶକୁ ଓ ଯେକୌଣସି ସଂଗଠନକୁ ନଷ୍ଟ କରିଦେବ। ଉଦାହରଣ ଆପଣଙ୍କ ସାମ୍ନାରେ ଅଛି ଓ ସମସ୍ତେ ଏହାକୁ ବୁଝିବା ପାଇଁ ଯଥେଷ୍ଟ ବୁଦ୍ଧିମାନ ବୋଲି ସେ କହିଛନ୍ତି।

ପାକିସ୍ତାନର ପରାଜୟ ପରେ ଷ୍ଟାର ବ୍ୟାଟସମ୍ୟାନ ବାବର ଆଜମ ସମାଲୋଚନାର ଶିକାର ହୋଇଛନ୍ତି ଓ ଅନେକ ପୂର୍ବତନ ଖେଳାଳି ତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ତେବେ ରବିବାର ରାତିରେ କଲମ୍ବୋରେ ଖେଳାଯାଇଥିବା ମ୍ୟାଚ୍‌ରେ ପୂର୍ବତନ ଅଧିନାୟକ ବାବର, ଶାଦାବ ଖାନ ଏବଂ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦିଙ୍କ ଭଳି ଅଭିଜ୍ଞ ଖେଳାଳିମାନେ ନିଜ ସକ୍ଷମ ଅନୁଯାୟୀ ଖେଳି ନଥିଲେ ବୋଲି କୁହାଯାଇଛି।

ସେହିପରି ଏହି ହାର ପରେ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଯଦି ତାଙ୍କ ପାଖରେ କ୍ଷମତା ରହିଥାନ୍ତା ତେବେ ସେ ବାବର, ଶାଦାବ ଏବଂ ଶାହିନଙ୍କୁ ପୁଣି ଥରେ ଟି-୨୦ ଦଳରେ ଚୟନ କରିନଥାନ୍ତେ ବୋଲି କହିଥିଲେ।

 

Leave A Reply

Your email address will not be published.