Latest Odisha News

BREAKING NEWS

ଦୋକାନୀଙ୍କ ଦାଦାଗିରି, ୨ଟି ସିଙ୍ଗଡ଼ା ପାଇଁ ଯାତ୍ରୀଙ୍କଠୁ ନେଇଗଲେ ସ୍ମାର୍ଟ ୱାଚ୍ 

ଜବଲପୁର: ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନରୁ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଡିଜିଟାଲ ପେମେଣ୍ଟ ବିଫଳ ହେବା ପରେ ସେଠାରେ ଜଣେ ଯାତ୍ରୀଙ୍କୁ ସିଙ୍ଗଡ଼ା ବିକ୍ରେତା ହଇରାଣ କରୁଥିବାର ଘଟଣା କ୍ୟାମେରାରେ କଏଦ ହୋଇଥିଲା।

ଏହି ଘଟଣାଟି ଅକ୍ଟୋବର ୧୭ ତାରିଖ ଜବଲପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୫ରେ ଘଟିଥିବା ଜଣାପଡ଼ିଛି। ଭିଡିଓରେ ଜଣେ ଯାତ୍ରୀ ସିଙ୍ଗଡ଼ା କିଣିବା ପାଇଁ ଟ୍ରେନରୁ ଓହ୍ଲାଇ ଥିବାର ଦେଖାଯାଉଛି। ଏହି ସମୟରେ ଟ୍ରେନ୍ ଷ୍ଟେସନ ଛାଡୁଥିବାରୁ ସେ ଶୀଘ୍ର ଏକ ମୋବାଇଲ୍ ଆପ୍ ବ୍ୟବହାର କରି ଟଙ୍କା ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେହି ସମୟରେ ଆପ୍ କାମ କରିନଥିଲା। ଏହି ସମୟରେ ଟ୍ରେନ ଛାଡ଼ିଦେବାରୁ ଯାତ୍ରୀ ଜଣକ ତାଙ୍କ ସିଙ୍ଗଡ଼ା ଛାଡି ଟ୍ରେନ ଧରିବାକୁ ଦୌଡିଥିଲେ କିନ୍ତୁ ସମୋସା ବିକ୍ରେତା ତାଙ୍କ ସାର୍ଟର କଲର ଧରି ଜୋରଜବରଦସ୍ତି ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ଯାହାଫଳରେ ଯାତ୍ରୀ ଜଣକ ଟ୍ରେନ ଧରିବା ପାଇଁ ବିକ୍ରେତାଙ୍କୁ ତାଙ୍କ ସ୍ମାର୍ଟୱାଚ୍ ଦେଇଦେଇଥିଲେ।

ଏହି ଘଟଣାଟି ଭାଇରାଲ ହେବାପରେ ଅଭିଯୁକ୍ତ ସିଙ୍ଗଡ଼ା ବିକ୍ରେତାଙ୍କୁ ଚିହ୍ନଟ କରାଯାଇ ରେଳ ସୁରକ୍ଷା ବଳ (ଆରପିଏଫ) ଅଟକ ରଖିଥିବା ନେଇ ସୂଚନା ଦେଇଛନ୍ତି ଜବଲପୁରର ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ)। ଏଥିସହିତ ଏପରି ଅସଦାଚରଣ ଯୋଗୁଁ ବିକ୍ରେତାଙ୍କ ଲାଇସେନ୍ସ ବାତିଲ କରାଯାଇଥିବା ନେଇ ମଧ୍ୟ ଡିଆରଏମ କହିଛନ୍ତି।

 

Comments are closed.