Latest Odisha News

ବର୍ଷାଦିନିଆ ଫ୍ୟାସନ୍: ବର୍ଷାଦିନେ ବାହାରକୁ ଗଲେ ପିନ୍ଧନ୍ତୁ ଏହି ପ୍ରକାରର ଚପଲ୍

ଭୁବନେଶ୍ଵର: ବର୍ଷାଦିନରେ ସବୁଠାରୁ ବଡ ସମସ୍ୟା ହୋଇଥାଏ ଚପଲ ବାଛିବାରେ। ବର୍ଷାଦିନେ ଏପରି ଚପଲ ପିନ୍ଧିବା ଦରକାର ଯାହା ଆରାମରେ ସଫା ହୋଇପାରୁଥିବ। କାଦୁଅରେ ଚାଲିଲେ ମଧ୍ୟ ଚପଲ ଚିଣ୍ଡିବାର ସମସ୍ୟା ନ ଥିବ। ଆସନ୍ତୁ ଜାଣିବା ବର୍ଷାରେ କିପରି ଚପଲ ପିନ୍ଧିବା ..

ବର୍ଷା ଦିନେ ବାହାରକୁ ଯିବା ବେଳେ ତଳ ସମାନ ଥିବା ଚପଲ ପିନ୍ଧନ୍ତୁ ନାହିଁ। କାରଣ ଏହି ପରି ଚପଲରେ ସାମାନ୍ୟ ପାଣି ହେଲେ ଗୋଡ ଖସି ଯିବାର ସମ୍ଭାବନା ରହିଥାଏ। ଚପଲ ତଳ ଖଦଡା ହୋଇଥିଲେ ଗୋଡ ଖସିବାର ସମ୍ଭାବନା କମ ରହିଥାଏ। ବର୍ଷା ଦିନରେ କେବେ ବି ହିଲ ଚପଲ ପିନ୍ଧନ୍ତୁ ନାହିଁ। ବର୍ଷାଦିନେ ପତଳା ଓ ସରୁ ଫିତା ଥିବା ଚପଲ ପିନ୍ଧିଲେ ସୁନ୍ଦର ଲାଗିଥାଏ। ଏହା ଓଦା ହେଲେ ଆରାମରେ ଶୁଖି ଥାଏ।

ବର୍ଷାରେ ଗମବୁଟସ୍‍ ପିନ୍ଧିବା ଦ୍ୱାରା ଆପଣଙ୍କ ପାଦ ଅତ୍ୟନ୍ତ ସୁରକ୍ଷିତ ରହିପାରିବ। ରବରର ଗମବୁଟସ୍‍ ପିନ୍ଧିବା ଦ୍ୱାରା ଚାଲିବାରେ କୌଣସି ଅସୁବିଧା ହୋଇ ନ ଥାଏ। ଏହା ବର୍ଷାରେ ପିନ୍ଧିବା ସୁରକ୍ଷିତ ମଧ୍ୟ ହୋଇଥାଏ। ବର୍ଷାରେ ଚମଡାର ଚପଲ ପିନ୍ଧିବା ଦ୍ୱାରା ଚାଲିବାରେ ଅସୁବିଧା ହୋଇଥାଏ। ଓଦା ହେଲେ ଶୀଘ୍ର ଶୁଖି ନ ପାରି ଛିଣ୍ଡି ଯିବାର ସମ୍ଭାବନା ରହିଥାଏ। ତେଣୁ ବର୍ଷା ଦିନରେ ହାଲକା ରଙ୍ଗର ରବର ଚପଲ ବ୍ୟବହାର କରନ୍ତୁ।

Leave A Reply

Your email address will not be published.