Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡାକୁ ଫେରିଲା ଶୁଟିଂ, ହଟିଲା ରେସଲିଂ

ଭିକ୍ଟୋରିଆ: ରାଜ୍ୟଗୋଷ୍ଠୀ କ୍ରୀଡାକୁ ପୁନର୍ବାର ଫେରିଛି ଶୁଟିଂ । ଭିକ୍ଟୋରିଆ ୨୦୨୬ ଗେମ୍ସରେ ଏହାକୁ ସାମିଲ କରାଯାଇଛି । ତେବେ ରେସଲିଂକୁ ହଟେଇ ଦିଆଯାଇଛି । ସଦ୍ୟ ପ୍ରକାଶିତ ସୂଚୀରେ ୨୨ କ୍ରୀଡାର ୨୬ ବିଭାଗରେ ପ୍ରତିଯୋଗିତା ଆୟୋଜନ ହେବ । ଏଥିରେ ୯ ପାରା ସ୍ପୋର୍ଟସକୁ ମଧ୍ୟ ସାମିଲ କରାଯାଇଛି । ସୂଚନାଯୋଗ୍ୟ, ପୂର୍ବରୁ ଆର୍ଚ୍ଚେରୀକୁ ଏଥିରେ ସାମିଲ କରାଯାଇ ନାହିଁ । ବର୍ମିଂହାମରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତର ପ୍ରତିଯୋଗୀମାନେ ଦେଶ ପାଇଁ ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ ବ୍ରୋଞ୍ଜ ସହ ୬୧ ପଦକ ହାସଲ କରିଥିଲେ । ଏହି ଗେମ୍ସର ଇତିହାସରେ ଭାରତ ସର୍ବାଧିକ ପଦକ ଶୁଟିଂରେ ପାଇଛି । ଓଭରାଲ ଭାରତ ୫୬୪ ପଦକ ଜିତିଥିବା ବେଳେ ଶୁଟର୍ସମାନେ କେବଳ ୧୩୫ ପଦକ ଜିତିଛନ୍ତି ।

୨୦୨୬ ଗେମ୍ସରେ ରୋଇଂ, ଗଲ୍ଫ ଓ ବିଏମଏକ୍ସ କ୍ରୀଡାକୁ ସାମିଲ କରାଯାଇଛି । ୨୦୨୬ରେ ସାମିଲ ହୋଇଥିବା ଖେଳଗୁଡିକ ହେଲା ଆଥଲେଟିକ୍ସ, ପାରା ଆଥଲେଟିକ୍ସ, ବକ୍ସିଂ, ବିଚ ଭଲିବଲ, କୋଏଷ୍ଟଲ ରୋଇଂ, ଟି୨୦ କ୍ରିକେଟ (ମହିଳା), ସାଇକ୍ଲିଂ, ଡାଇଭିଂ, ଗଲ୍ଫ, ଜିମ୍ନାଷ୍ଟିକ୍ସ, ହକି, ଲନବାଉଲ୍ସ, ପାରା ଲନ ବାଉଲ୍ସ, ନେଟବଲ, ପାରା ଲିଫ୍ଟିଂ, ରଗବୀ, ଶୁଟିଂ, ସ୍କ୍ୱାଶ, ଟେବୁଲ ଟେନିସ, ଟ୍ରାୟଲଥନ ଓ ୱେଟଲିଫ୍ଟିଂ ।

Comments are closed.