Latest Odisha News

BREAKING NEWS

ଏଫଆଇଏଚ ପୁରସ୍କାର: ବର୍ଷର ଶ୍ରେଷ୍ଠ ଗୋଲକିପର ହେଲେ ଭାରତର ଶ୍ରୀଜେଶ, ପୁନିଆ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ) ବୁଧବାର ଭାରତର ଅଭିଜ୍ଞ ଖେଳାଳି ପିଆର ଶ୍ରୀଜେଶ ଓ ସବିତା ପୁନିଆଙ୍କୁ ଯଥାକ୍ରମେ ବର୍ଷର ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଗୋଲକିପର ଭାବେ ଚୟନ କରିଛି । ଭୋଟିଂ ପ୍ରକ୍ରିୟାରେ ୩୧ ବର୍ଷୀୟ ଶ୍ରୀଜେଶଙ୍କୁ ୩୯.୯ ଅଙ୍କ ମିଳିଥିଲା । ସେ କ୍ରମାଗତ ୨ଥର ଏଫଆଇଏଚ ପୁରସ୍କାର ପାଇଁ ମନୋନୀତ ହୋଇ ଆୟର୍ଲାଣ୍ଡର ଡେଭିଡ ହର୍ଟ ଓ ବେଲଜିୟମର ଭିନସେଂଟ ୱାନଶଙ୍କ ସହ ସମକକ୍ଷ ହୋଇଛନ୍ତି । ଚଳିତ ସିଜନରେ ଶ୍ରୀଜେଶ ୨୫୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ଗୌରବ ମଧ୍ୟ ଅର୍ଜନ କରିଛନ୍ତି । ସେ ଭାରତର ଏକମାତ୍ର ଗୋଲକିପର ଭାବେ ଏହି କୀର୍ତିମାନ ଅର୍ଜନ କରିଛନ୍ତ । ସେ ଏବେ ଏଫଆଇଏଚ ହକି ପ୍ରୋ ଲିଗ ପାଇଁ ଅଭ୍ୟାସ ଜାରୀ ରଖିଛନ୍ତି ।

ଏହି ପୁରସ୍କାର ନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ ଏହା ନିଶ୍ଚିତ ଭାବେ ଗର୍ବର ବିଷୟ । ପୁରସ୍କାର ମନୋବଳ ବଢ଼ାଇବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି । ଅପରପକ୍ଷରେ ୩୨ ବର୍ଷୀୟା ସବିତା ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ତାଙ୍କୁ ୩୭.୬ ପ୍ରତିଶତ ଭୋଟ ମିଳିଥିଲା । ସେ ଅଷ୍ଟ୍ରେଲିଆର ଜୋସେଲିନ ୱାର୍ଟମ ଓ ଆର୍ଜେଂଟିନାର ବେଲେନ ସୁସୀଙ୍କୁ ପଛରେ ପକାଇ ଦେଇଥିଲେ । ଭାରତର ମମତାଜ ଖାଁଙ୍କୁ ରାଇଜିଂ ଷ୍ଟାର ଅଫ ଦି ଇୟର ପାଇଁ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.