Latest Odisha News

BREAKING NEWS

Random Mass Shooting: ଆଖିବୁଜା ଗୁଳିମାଡ଼ରେ କିଛି ସେକେଣ୍ଡରେ ଚାଲିଗଲା ୧୦ ଜୀବନ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡର ଏହା ଦ୍ୱିତୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ, ପୋଲିସର କହିବା କଥା ଯେ ସହରରୁ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ବେକର୍ସଡେଲରେ ହୋଇଥିବା ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ହେଲେ କିଛି ଅଜ୍ଞାତ ବନ୍ଧୁକଧାରୀ ରାସ୍ତାରେ ଥିବା ଲୋକଙ୍କ ଉପରେ ଅଚାନକ ଗୁଳିଚାଳନା ଆରମ୍ଭ କରିଥିଲେ, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା।ଗୌଟେଙ୍ଗ ପ୍ରଦେଶ ପୁଲିସ ମୁଖପାତ୍ର ବ୍ରିଗେଡିୟର ବ୍ରେଣ୍ଡା ମୁରିଡିଲି ଏନେଇ ସୂଚନା ଦେଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକାର କିଛି ପ୍ରମୁଖ ସୁନା ଖଣି ନିକଟରେ ଥିବା ଏକ ଗରିବ ଅଞ୍ଚଳ ବେକର୍ସଡାଲର ଏକ ବାର୍ ନିକଟରେ ଏହି ଗୁଳିକାଣ୍ଡ ଘଟିଛି । ପୁଲିସ କହିଛି ଯେ ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଛି । ଏହାସହିତ ଗୁଳିକାଣ୍ଡ ଏପରି ଏକ ସ୍ଥାନରେ ଘଟିଥିଲା ଯେଉଁଠାରେ ବେଆଇନ ଭାବରେ ମଦ ବିକ୍ରି ହେଉଥିଲା ।

ପୋଲିସ କହିଛି ଯେ ଗୁଳିକାଣ୍ଡର କାରଣ ତୁରନ୍ତ ଜଣା ପଡିନାହିଁ। ଆକ୍ରମଣକାରୀ ମଧ୍ୟ କିଏ ତାହା ସ୍ପଷ୍ଟ ହୋଇନାହିଁ। ପ୍ରାୟ ୧୨ ଜଣ ସନ୍ଦିଗ୍ଧ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ପୋଲିସ୍ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.