Latest Odisha News

ଲାହୋର ୧୯୪୭: ସରିଲା ସୁଟିଂ, ମୁକ୍ତିଲାଭକୁ ଅପେକ୍ଷା

ମୁମ୍ବାଇ: ଅମିର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲାହୋର ୧୯୪୭’ ସନ୍ନି ଦେଓଲଙ୍କର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟେ l ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅମିର ଖାନ, ରାଜକୁମାର ସାଣ୍ଟୋସି ଏବଂ ସନ୍ନି ଦେଓଲଙ୍କୁ ଏକାଠି ଦେଖିବାକୁ ମିଳିବ। ଫିଲ୍ମ ପାଇଁ ଦର୍ଶକଙ୍କ ମନରେ ମଧ୍ୟ ବହୁତ ଉତ୍ସାହ ରହିଛି। ଏହାରି ଭିତରେ ଫିଲ୍ମ ଲାହୋର ୧୯୪୭କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶେଷ ହୋଇଛି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଲାହୋର ୧୯୪୭ର ସୁଟିଂ । ବିନା କୌଣସି ବିରତିରେ ପ୍ରାୟ ୭୦ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଶେଷ ହୋଇଛି ଚଳଚ୍ଚିତ୍ରର ସୁଟିଂ। ଏବେ କେବଳ ଅପେକ୍ଷା ଫିଲ୍ମର ମୁକ୍ତିଲାଭକୁ ।

ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ‘ଗଦର ୨’ର ଅପାର ସଫଳତା ପରେ ବର୍ତ୍ତମାନ ‘ଲାହୋର ୧୯୪୭’ ସହ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି ସନ୍ନି । ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ତେବେ ଏହି ଫିଲ୍ମ ସହିତ ଅଭିନେତା ଅମୀର ଖାନଙ୍କର ଖାସ୍ କନେକ୍ସନ ରହିଛି ।

ବଲିଉଡ ଅଭିନେତା ଅମୀର ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ରାଜକୁମାର ସନ୍ତୋଷୀ ଏହାର ନିର୍ଦ୍ଦେଶନା ଦେବେ । ଏଥିସହ ଏହି ଫିଲ୍ମରେ ଅମୀର ଖାନ କ୍ୟାମିଓ ରୋଲରେ ମଧ୍ୟ ନଜର ଆସିବେ । ଏହିପରି ଏହି ଫିଲ୍ମ ଏହି ଦୁଇ ତାରକା ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ। ସେପଟେ ଫିଲ୍ମର କ୍ଲାଇମାକ୍ସ ବହୁତ ସ୍ୱତନ୍ତ୍ର ଏବଂ ଜବରଦସ୍ତ ହେବ ବୋଲି ସୂଚନା ମିଳିଛି । ଜବରଦସ୍ତ ଟ୍ରେନ ସିକ୍ବେନ୍ସ ସହ ଏହି ଫିଲ୍ମର ଶେଷ ହେବ ବୋଲି ସୂଚନା ମିଳିଛି ।

Comments are closed.