Latest Odisha News

BREAKING NEWS

ଖାଦ୍ୟ ବିତରଣ କେନ୍ଦ୍ରରେ ଗୁଳିମାଡ଼, ୩୪ ମୃତ

ଗାଜା: ଗାଜାରେ ଏକ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଗାଜା ଷ୍ଟ୍ରିପର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏକ ଖାଦ୍ୟ ବଣ୍ଟନ କେନ୍ଦ୍ର ନିକଟରେ ଗୁଳିମାଡ଼ରେ ଅତି କମରେ ୩୪ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏହି ଘଟଣା ଉତ୍ତର ଗାଜାର ଏକ ଅଞ୍ଚଳରେ ଘଟିଥିଲା। ଯେଉଁଠାରେ ହଜାର ହଜାର ଲୋକ ଖାଦ୍ୟ ସାମଗ୍ରୀ ପାଇବା ପାଇଁ ଏକାଠି ହୋଇଥିଲେ। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଲୋକମାନେ ଖାଦ୍ୟ ସହାୟତା ପାଇବା ପାଇଁ ଧାଡ଼ିରେ ଠିଆ ହୋଇଥିବା ସମୟରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ମୃତକଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ଆହତମାନଙ୍କୁ ଗାଜାର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ବର୍ତ୍ତମାନ ଗାଜାରେ ମାନବିକ ସଙ୍କଟ ଶୀର୍ଷରେ ପହଞ୍ଚିଛି। ମାସାଧିକ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ ଅଞ୍ଚଳରେ ଖାଦ୍ୟ, ଔଷଧ ଏବଂ ବିଦ୍ୟୁତ୍ ର ଏକ ବଡ଼ ଅଭାବ ସୃଷ୍ଟି ହୋଇ। ଅପରପକ୍ଷରେ ଜାତିସଂଘ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ ଯଦି ଶୀଘ୍ର ରିଲିଫ୍ ନ ପହଞ୍ଚେ ତେବେ ଗାଜାରେ ଅନାହାର ଏବଂ ରୋଗ ଯୋଗୁଁ ବହୁ ସଂଖ୍ୟାରେ ଜୀବନ ଯାଇପାରେ।

 

Comments are closed.