Latest Odisha News

BREAKING NEWS

ବଲାଙ୍ଗୀର: ଦୋକାନରେ ଅଗ୍ନିକାଣ୍ଡ ଘଟି ମାଲିକ ଜୀବନ୍ତ ଦଗ୍ଧ

ବଲାଙ୍ଗୀର : ବଲାଙ୍ଗୀର ସହରର ପିପି ଏକାଡେମୀ ଛକ ନିକଟସ୍ଥ ଏକ ଦୋକାନରେ ନିଆଁ ଲାଗିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ଦୋକାନ ମାଲିକ।

ମିଳିଥିବା ସୂଚନା ଅନୁଯାୟୀ ମୃତକଙ୍କ ନାଁ ସୁରଜ କ୍ଷେତି (୨୭) ଏବଂ ତାଙ୍କ ଘର ମାଲପଡ଼ା ବୋଲି ଜଣାପଡିଛି । ଗତକାଲି ରାତିରେ ସେ ଦୋକାନରେ ଶୋଇଥିବା ବେଳେ ପାଖାପାଖି ରାତି ୧୨ଟା ସମୟରେ କୌଣସି କାରଣବଶତଃ ଦୋକାନରେ ଅଚାନକ ନିଆଁ ଲାଗି ଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଆହରୁି ମଧ୍ୟ ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ବଡ ଭାଇ ଥାନାରେ ଏକ ଅଭିଯୋଗ ଦାଏର କରିଥିବା ବେଳେ ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.