Latest Odisha News

BREAKING NEWS

କଟକରେ ସଲମାନ୍ ଖାନ୍ !

ଭୁବନେଶ୍ୱର: ଏହା ନିଶ୍ଚିତ ! କଟକ ବାରବାଟୀ ଷ୍ଟାଡ଼ିୟମରେ ବୁଧବାର ଦିନ ବିଶ୍ୱକପ ହକି ଉଦଘାଟନୀ ସମାରୋହରେ ଯୋଗ ଦେଉଥିବା କଥା ପକ୍କା କରିଛନ୍ତି ବଲିଉଡ଼ ସୁପରଷ୍ଟାର୍ ସଲମାନ୍ ଖାନ୍ ।

ସେ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକିର କଟକ ବାରବାଟୀ ଷ୍ଟାଡ଼ିୟମରେ ହେଉଥିବା ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରିବାର ଖବରକୁ ନିଜେ ସଲମାନ୍ ଖାନ୍ ଟ୍ୱିଟ୍ କରି ନିଶ୍ଚିତ କରିଛନ୍ତି ।

“ସହସ୍ର ବର୍ଷର ସହର କଟକରେ ନଭେମ୍ବର ୨୮ ତାରିଖ ବୁଧବାର ଦିନ ‘ବିଶ୍ୱକପ ହକି ଉତ୍ସବ ୨୦୧୮’ରେ ଅଂଶଗ୍ରହଣ କରିବା ଲାଗି ନିଜକୁ ଧନ୍ୟ ମନେ କରୁଛି । ଆସନ୍ତୁ ବିଶ୍ୱର ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମରେ ମନୋରଞ୍ଜନ କରି ଏହି ଉତ୍ସବକୁ ସ୍ମରଣୀୟ କରିବା ।”

ଏନେଇ ସେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ନିଜର ଟ୍ୱିଟର୍ ଆକାଉଣ୍ଟରେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଲମାନଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, ନଭେମ୍ବର ୨୮ ତାରିଖରେ ସହସ୍ର ବର୍ଷର ସହର କଟକରେ ତାଙ୍କୁ ସାରା ଓଡ଼ିଶା ଅପେକ୍ଷା କରିଛି ।

Leave A Reply

Your email address will not be published.