Latest Odisha News

BREAKING NEWS

ଅନଲାଇନ ସପିଂ ହେବ ସହଜ ; ଏଣିକି ChatGPTରେ ସିଧାସଳଖ କରିହେବ ସପିଂ !

ନୂଆଦିଲ୍ଲୀ: ଚାଟଜିପିଟି(ChatGPT)କୁ ଏପରି ଭାବରେ ତିଆରି କରାଯାଉଛି ଯାହା ଆପଣଙ୍କୁ ଅନଲାଇନ ସପିଂରେ ମଧ୍ୟ ସାହାଯ୍ୟ କରିବ। ଏହି ଫିଚର ଆସିବା ପରେ, ୟୁଜରମାନେ ଚାଟଜିପିଟି ଚାଟ୍ ୱିଣ୍ଡୋରେ ସିଧାସଳଖ ପ୍ରଡକ୍ଟ ବ୍ରାଉଜ୍ କରିପାରିବେ, ଏବଂ ଚାଟ୍ ମଧ୍ୟରେ ସେଗୁଡ଼ିକୁ ତୁଳନା କରିପାରିବେ ଏବଂ କିଣିପାରିବେ।

ଚାଟ୍‌ଜିପିଟର ଚାଟ୍‌ ଇଣ୍ଟରଫେସ୍‌ରେ ପ୍ରଡକ୍ଟର ଦାମଠାରୁ ଆରମ୍ଭ କରି ରିଭ୍ୟୁ ଓ ‘Buy Now’ ଅପସନ ଦେଖାଇବ । ଏହି ପରୀକ୍ଷଣ ସଫଳ ହେଲେ ଚାଟ୍‌ଜିପିଟି ଟେକ୍‌ ଜଗତରେ ଏଆଇ-ଆଧାରିତ ବାଣିଜ୍ୟିକ ପ୍ଲାଟଫର୍ମ ଭାବେ ଉଭା ହେବ ।

ଚାଟଜିପିଟି ବର୍ତ୍ତମାନ କୌଣସି ପ୍ରଡକ୍ଟ ସମ୍ପର୍କରେ ପଚାରିଲେ ସେନେଇ ପରାମର୍ଶ ଦେଉଛି । ଏପରିକି ୟୁଜରଙ୍କୁ କ୍ରୟ ପାଇଁ ତୃତୀୟ-ପକ୍ଷ ସାଇଟ୍‌ଗୁଡିକର ଲିଙ୍କ୍ ସହିତ ଉପଲବ୍ଧ ଉତ୍ପାଦଗୁଡିକର ବିସ୍ତୃତ ତଥ୍ୟ ପ୍ରଦାନ କରୁଛି । କିନ୍ତୁ ଏବେ ଚାଟଜିପିଟିରୁ ସିଧାସଳଖ କ୍ରୟ କରିବାକୁ ସକ୍ଷମ ହୋଇପାରିବେ ୟୁଜର । ସେମାନଙ୍କୁ ଚାଟବକ୍ସରୁ ଅନ୍ୟ କୌଣସି ଆପ୍‌କୁ ଯିବାକୁ ପଡ଼ିବ ନାହିଁ । ଏହି ଏଆଇ ଆଧାରିତ ଅନଲାଇନ ସପିଂ ପ୍ଲାଟଫର୍ମ ବାସ୍ତବରେ ଉପଲବ୍ଧ ହେଲେ ଏହା ପାରମ୍ପରିକ ସପିଂ ଧାରାକୁ ପରିବର୍ତ୍ତନ କରିପାରେ ।

OpenAI ସହିତ ସମନ୍ୱୟ Shopify ବ୍ୟବସାୟୀମାନଙ୍କୁ ବହୁତ ଲାଭ ଦେଇପାରେ, କାରଣ ଏହା Shopifyର ଉତ୍ପାଦଗୁଡ଼ିକୁ ChatGPTର 800 ମିଲିୟନ ଉପଭୋକ୍ତାଙ୍କ ନିକଟରେ ସିଧାସଳଖ ପହଞ୍ଚାଇପାରିବ।

କିଛି ରିପୋର୍ଟ ଅନୁସାରେ ମାଇକ୍ରୋସଫ୍ଟର କୋପାଇଲଟ୍‌ ଏବଂ ଏଆଇ ସର୍ଚ୍ଚ ଟୁଲ୍‌ Perplexity ମଧ୍ୟ ସମାନ ବିଚାରଧାରା ଉପରେ ଯୋଜନା କରୁଥିବା ଜଣାପଡ଼ିଛି । ଯାହାଦ୍ବାରା ଆଗାମୀ ଦିନରେ ଏଆଇ ପ୍ଲାଟଫର୍ମ ସହ ଇ-କମର୍ସ ଏକୀକରଣ ବ୍ୟାପକ ହୋଇପାରେ ।

 

Comments are closed.