Latest Odisha News

BREAKING NEWS

ଆହୁରି ମାସେ ଯାଏଁ ଖୋଲିବନି ସପିଂ ମଲ୍‌, ମନ୍ଦିର

ଭୁବନେଶ୍ୱର: କେନ୍ଦ୍ର ସରକାର ଆସନ୍ତା ୮ ତାରିଖରୁ ମନ୍ଦିର ଖୋଲିବାକୁ ଗାଇଡଲାଇନ୍ ଜାରି କରିଥିବା ବେଳେ ରାଜ୍ୟ ସରକାର କିନ୍ତୁ କଟକଣା କଡାକଡି କରିଛନ୍ତି । ଜୁନ୍ ୩୦ ତାରିଖ ଯାଏ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିବ । ଅର୍ଥାତ୍ ଶ୍ରଦ୍ଧାଳୁଙ୍କ ପାଇଁ ଆହୁରି ମାସେ ଯାଏ ମନ୍ଦିରରେ ପୂଜାର୍ଚ୍ଚନା ବାରଣ କରାଯାଇଛି । ସମସ୍ତ ପ୍ରକାରର ଧାର୍ମିକ ସଭା ସମିତି ବି ବନ୍ଦ ରହିବ ।

ସେହିପରି ରାଜ୍ୟର ସମସ୍ତ ସପିଂ ମଲ ମଧ୍ୟ ମାସେ ଯାଏଁ ନଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି । ଜୁନ୍ ୩୦ ତାରିଖ ଯାଏ ସବୁ ମଲ ବନ୍ଦ ରହିବ । ଜୁନ୍ ୮ ତାରିଖରୁ ମଲ ଖୋଲିବାକୁ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଥିଲେ । ତେବେ ଏହି ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଦେଇଥିଲେ ।

Leave A Reply

Your email address will not be published.