Latest Odisha News

BREAKING NEWS

କଂଗ୍ରେସର ୨ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: କଂଗ୍ରେସର ଦୁଇଜଣ ବିଧାୟକଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍‌  ।  ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ  ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ଏହି ନୋଟିସ୍‌ ଜାରି କରିଛନ୍ତି। ଏହି ଦୁଇ ବିଧାୟକ ହେଲେ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟ  ।

ମୋକିମ ଓ ସୁର ରାଉତରାୟଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗ ଆସିଥିଲା । ଅଭିଯୋଗକୁ ଭିତ୍ତିକରି ଏହି ନୋଟିସ୍‌ କରାଯାଇଛି। ୭ ଦିନ ଭିତରେ ନୋଟିସ୍‌ର ଉତ୍ତର ରଖିବାକୁ  ସୁର ରାଉତରାୟ ଓ ମୋକିମଙ୍କୁ ନିର୍ଦ୍ଦେଶ ଦିଆଯାଇଛି।  ପଦ୍ମପୁରରେ ଭୋଟ୍‌ ବିକ୍ରି ନେଇ ଗଣମାଧ୍ୟମରେ ୨ ବିଧାୟକ ଆକ୍ଷେପ କରିଥିଲେ।  ଏନେଇ ଦୁଇ ବିଧାୟକଙ୍କୁ ନୋଟିସ ଜାରି କରାଯାଇଥିଲା ।

ଏ ନେଇ ସୁର ରାଉତରାୟ  କହିଛନ୍ତି, ମୁଁ କଂଗ୍ରେସର ସଚ୍ଚୋଟ, ବିଶ୍ୱସ୍ତ  କର୍ମୀ । କଂଗ୍ରେସର କ୍ଷତି ହେଲା ପରି କୌଣସି ମତାମତ ଦିଏ ନାହିଁ । କଂଗ୍ରେସ ହେଉଛି ମୋର ମନ୍ଦିର । ସୋନିଆ ଏବଂ ରାହୁଲ ମୋର ଦେବୀଦେବ ।  ମୋ ପାଟିରୁ ସତ କଥା ବାହାରେ।  ଯଦି ମୋ ବିରୋଧରେ ଏପରି ଅଭିଯୋଗ ଆସିଛି ମୁଁ ତାର ଉତ୍ତର ଦେବି । ଯାହା ଦଣ୍ଡଦେବେ ହସି ହସି ଗ୍ରହଣ କରିବି । ମୁଁ କଂଗ୍ରେସର କିଛି ଭୁଲ କରିନି, କରିବିନି । କଂଗ୍ରେସରୁ ବାହାରିଲେ ବି ମୁଁ କଂଗ୍ରେସର ରହିବି ।

ସେହିପରି ମହମ୍ମଦ ମୋକିମ କହିଛନ୍ତି, ସେ କିଛି ଭୁଲ କହିନାହାନ୍ତି । ଯାହା କହିଛତି ସତ କତା । ତେବେ ସେ ଏ ବିଷୟରେ ଦଳ ପକ୍ଷରୁ କୌଣସି ନୋଟିସ ପାଇନି । ପାଇଲେ ନିଶ୍ଚୟ ଜଣାଇବେ ବୋଲି କହିଛନ୍ତି ।

ଏଠି କହିରଖିବୁ, ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ହାରିବା ପରେ ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ଯେ, ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍‌ ହୋଇଥିଲା   । ଏହି ଅଭିଯୋଗକୁ ସତ ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଥିଲେ । କଂଗ୍ରେସର ଭୋଟ କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.