Latest Odisha News

ଟାଟା ପାଓ୍ୱାର ଉଚ୍ଚ ଶକ୍ତିସମ୍ପନ୍ନ ଟାଓ୍ୱାରକୁ ବିରୋଧ କରି ବିନିକା ବନ୍ଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବିନିକାରେ ବନ୍ଦ ପାଳନ । ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨  ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଜନସାଧାରଣ । ଟାଟା ପାୱାର କମ୍ପାନୀର ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତା ଟାଓ୍ୱାରକୁ ବିରୋଧ କରି ବନ୍ଦ ପାଳନ କରିଛନ୍ତି ବିନିକାବାସୀ । ଓପିଟିସିଏଲ ବୁର୍ଲା କଟାପାଲିରୁ କିଆକଟା ବୌଦ୍ଧ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କରୁଛି । ବିନିକା ସହର ମଧ୍ୟ ଦେଇ ୨୨୦ କେଭି ଟାଓ୍ୱାରକୁ ବିନିକାବାସୀ ବିରୋଧ କରୁଛନ୍ତି ।

ବନ୍ଦ ପାଳନ ବେଳେ ଗାଡ଼ି ମଟର ଚଳାଚଳ ସ୍ୱାଭାବିକ ରହିଥିବାବେଳେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମସ୍ତ ପ୍ରକାର ଦୋକାନ ବଜାର ଓ  ସ୍କୁଲ କଲେଜ ବନ୍ଦ କରାଯାଇଛି । ଗତକାଲି ଏହି ଦାବିକୁ ନେଇ ଅଞ୍ଚଳବାସୀ ବିନିକା ତହସିଲ ଅଫିସ ସମ୍ମୁଖରେ ଧାରଣା ଦେବା ସହ ତାଲା ପକାଇ ଦେଇଥିଲେ । ତଥାପି ଦାବି ପୂରଣ ନହେବାରୁ ଆଜି ବନ୍ଦ ପାଳନ କରିଛନ୍ତି ।

 

Leave A Reply

Your email address will not be published.