Latest Odisha News

BREAKING NEWS

ପିସିବି ମୂଖ୍ୟ ପଦରୁ ବିଦା ହେଲେ ରମୀଜ

କରାଚୀ: ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ପଦରୁ ରମୀଜ ରାଜାଙ୍କୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ନଜାମ ସେଠୀ ଏହି ଦାୟିତ୍ୱ ତୁଲାଇବେ । ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନର ଶୋଚନୀୟ ପରାଜୟ ଯୋଗୁ ଏହି ନିଷ୍ପତି ନିଆଯାଇଥିବା ଅନୁମାନ କରାଯାଉଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ବୁଧବାର ନଜାମଙ୍କୁ ଏଥିପାଇଁ ନିଯୁକ୍ତ କରିଛନ୍ତି । ସେପ୍ଟମ୍ବର ୨୦୨୧ରୁ ରମୀଜ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ କାର୍ଯ୍ୟକାଳରେ ଗତ ବର୍ଷ ଟି୨୦ ବିଶ୍ୱକପ ସେମିଫାଇନାଲ ଏବଂ ଚଳିତ ବର୍ଷ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା । ପାକିସ୍ତାନ ଗସ୍ତରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ସିରିଜ ଖେଳିବାକୁ ଆସିଥିଲେ । ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ୨ଟି ଯାକ ସିରିଜ ହାରିଥିଲା ।

ସେବେଠାରୁ ଉଭୟ ପିସିବି ଚେୟାରମ୍ୟାନ ଏବଂ ଅଧିନାୟକଙ୍କୁ ଏଥିପାଇଁ ଦାୟୀ କରାଯାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କୁ ସିଧାସଳଖ ପିସିବି ଚେୟାରମ୍ୟାନ ପଦ ପାଇଁ ଚୟନ କରିଥିଲେ । ଟି୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ ପ୍ରବେଶ କରିଥିଲେ ମଧ୍ୟ ଏଥିରେ ଖେଳ ଅପେକ୍ଷା ସେମାନଙ୍କୁ ଭାଗ୍ୟ ଅଧିକ ସହାୟ ହୋଇଥିଲା ।

Leave A Reply

Your email address will not be published.