Latest Odisha News

BREAKING NEWS

Education Department: ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଅଣଦେଖା; ୫୬ ସ୍କୁଲକୁ କାରଣ ଦର୍ଶାଅ ନୋଟିସ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ୫୬ଟି ସ୍କୁଲକୁ ଜାରିହେଲା କାରଣ ଦର୍ଶାଅ ନୋଟିସ୍‌ । ଜିଲ୍ଲାର ୩ଟି ବ୍ଲକ୍‌ର ଶିକ୍ଷାଅଧିକାରୀଙ୍କୁ ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷାଅଧିକାରୀ । ଅଗଷ୍ଟ ୧୫ ତଥା ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନ ଦେବା କୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏହି ନୋଟିସ ଜାରି ହୋଇଛି ।

ସୂଚନାନୁଯାୟୀ, ଅବଜରଭେସନ ଡେ’ରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେବା ନେଇ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା । ସ୍ଵାଧୀନତା ଦିବସ ପୂର୍ବଦିନ ସମସ୍ତ DEOଙ୍କୁ ନୋଡାଲ ଅଫିସର ଚିଠି ମଧ୍ୟ କରିଥିଲେ । ସ୍ଵାଧୀନତା ଦିବସରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ରନ୍ଧା ହେବ ବୋଲି କୁହାଯାଇଥିଲା । ହେଲେ ବୌଦ୍ଧ ଜିଲ୍ଲାରେ ଅନେକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଇ ନଥିଲା ।

ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩ଟି, ବୌଦ୍ଧ ବ୍ଲକର ୧୫ଟି, କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ଜାରି ହୋଇଛି ନୋଟିସ । ୭ ଦିନ ମଧ୍ୟରେ ଏସଏମସି କମିଟି ଆଗରେ ପ୍ରମାଣ ରଖିବାକୁ କୁହାଯାଇଛି । ୧୫ ତାରିଖରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସହ ପ୍ରମାଣ ସ୍ୱରୂପ ଫୋଟୋ ଭିଡିଓ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.