Latest Odisha News

BREAKING NEWS

ବର୍ଷାଜଳ ବନ୍ୟା ପ୍ରସଙ୍ଗ: ହୋଟେଲ ପ୍ରେସିଡ଼େନ୍ସି ଓ ଇସ୍କନ ମନ୍ଦିରକୁ ବିଏମସିର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ହୋଟେଲ ପ୍ରେସିଡ଼େନ୍ସି ଓ ଇସ୍କନ ମନ୍ଦିରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଜୟଦେବ ବିହାର ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ରାସ୍ତାକୁ ଏହି ଦୁଇଟି ସଂସ୍ଥା ମାଡ଼ି ବସିଥିବାର ଏହି କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ କରିଛି ବିଏମସି ।

ରାସ୍ତା ପାଖ ସ୍ଥାନକୁ ସାଇକେଲ ଷ୍ଟାଣ୍ଡ ଓ ପାର୍କିଂ ପାଇଁ ବ୍ୟବହାର କରିବା ଦ୍ୱାରା ସେଠାରେ ଅଯଥା ଟ୍ରାଫିକ ଜାମ ପରି ପରିସ୍ଥିତି ଉପୁଜୁଛି । ହୋଟେଲର ଅପରିଷ୍କାର ପାଣି ଡ୍ରେନରେ ଛଡ଼ାଯାଉଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଦର୍ଶାଇଛନ୍ତି ବିଏମସି କର୍ତ୍ତୃପକ୍ଷ ।

ଏହି ଦିଆଯାଇଥିବା ନୋଟିସର ଉତ୍ତର ୭ଦିନ ମଧ୍ୟରେ ଦେବାକୁ ହୋଟେଲ ଓ ମନ୍ଦିର କର୍ତ୍ତୃପକ୍ଷଙ୍କୁ ବିଏମସି ନିର୍ଦ୍ଦେଶ ଦେଇଛି ।

ସୂଚନାଯୋଗ୍ୟ ଏବର୍ଷ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ସାମ୍ନାରେ ପାଣି ଜମି ବର୍ଷା ଜଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କେବଳ ଏବର୍ଷ ନୁହେଁ ଗତ ୨/୩ ବର୍ଷ ଧରି ଏପରି ବର୍ଷାଜଳ ଯୋଗୁଁ ଏହି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଯାନବାହନ ଚଳାଚଳରେ ବହୁ ଅସୁବିଧା ସୃଷ୍ଟି ହେଉଛି । ଏଥିଲାଗି ବିଏମସିକୁ ବିଭିନ୍ନ ମହଲରୁ ସମାଲୋଚନାର ଶୀକାର ହେବାକୁ ପଡ଼ିଛି ।

Leave A Reply

Your email address will not be published.