Latest Odisha News

BREAKING NEWS

ପାକିସ୍ତାନ ନିର୍ବାଚନ: ଇମ୍ରାନ ହେବେ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ : ପାକିସ୍ତାନରେ ଚାଲିଛି ଗଣତାନ୍ତ୍ରିକ ଉପାୟରେ ସାଧାରଣ ନିର୍ବାଚନ । ଗତକାଲି ମତଦାନ ଶେଷହେବା ପରେ ଆଜି ଚୂଡ଼ାନ୍ତ ରୂପରେଖ ନେଇଛି ନିର୍ବାଚନ ଫଳାଫଳ । ନିର୍ବାଚନରେ ଆଗୁଆ ରହି ଇମ୍ରାନ ଖାନ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ସଜବାଜ ହେଲେଣି । କିଛି ନିର୍ବାଚନ ମଣ୍ଡଳୀର ଫଳାଫଳ ଘୋଷିତ ହେବାକୁ ବାକି ରହିଥିବା ବେଳେ କେଉଁ ଦଳ ପାକିସ୍ତାନରେ ନୂଆ ସରକାର ଗଠନ କରିବ ତାହାର ସ୍ପଷ୍ଟ ସୂଚନା ମିଳିପାରିଛି । ଇମ୍ରାନ ଖାନଙ୍କ ତେହେରିକ୍ ଇ-ଇନସାଫ ଦଳ ନିର୍ବାଚନରେ ଅନ୍ୟ ପ୍ରତିଦ୍ୱନ୍ଦୀ ରାଜନୈତିକ ଦଳ ଠାରୁ ବେଶ୍ ଆଗରେ ରହିଛି ।

୨୭୨ଟି ଆସନ ବିଶିଷ୍ଟ ପାକିସ୍ତାନ ନ୍ୟାସନାଲ ଆସେମ୍ଲି ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ପାକିସ୍ତାନ କ୍ରିକେଟ ଅଧିନାୟକ ଇମ୍ରାନ ଖାନଙ୍କ ତେହେରିକ ଇ ଇନସାଫ ଦଳ ୧୧୯ଟି ଆସନରେ ଆଗୁଆ ରହିଥିବା ବେଳେ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ ଦଳ ୬୦ଟି ଏବଂ ସ୍ୱଗତଃ ବେନଜିର ଭୁଟ୍ଟୋଙ୍କ ପ୍ରତିଷ୍ଠିତ ପାକିସ୍ତାନ ପିପୁଲ୍ସ ପାର୍ଟି କୁ ୪୦ଟି ଆସନ ମିଳି ପାରିଛି । ତେବେ ଆସେମ୍ଲିରେ ସରକାର ଗଠନ ଲାଗି ୧୩୬ଟି ସିଟ୍ ଆବଶ୍ୟକ ।

ଏହାମଧ୍ୟରେ ଇମ୍ରାନ ଖାନ ଏକ ପ୍ରେସମିଟ ମାଧ୍ୟମରେ ସରକାର ଗଠନ କରିବାକୁ ତାଙ୍କ ଦଳ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି । ଅନ୍ୟାନ୍ୟ ୫୦ଟି ସିଟ୍ ମଧ୍ୟରୁ ତାଙ୍କୁ ସମର୍ଥନ ମିଳିଛି ବୋଲି ସାମ୍ବାଦିକଙ୍କ ଏକ ପ୍ରଶ୍ନରେ କହିଛନ୍ତି ପାକିସ୍ତାନୀ ନେତା ଇମ୍ରାନ ଖାନ ।

ତେବେ ଭାରତ ପାକିସ୍ତାନ ସମ୍ପର୍କ ପ୍ରସଙ୍ଗରେ ଇମ୍ରାନ ଦ୍ୱିପାକ୍ଷୀକ ସମ୍ପର୍କ ବୃଦ୍ଧି କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.