Latest Odisha News

ଷ୍ଟିଲ ସିଟିରେ ପୋଲିସ ବନାମ ପବ୍ଲିକ, କଂଟେନମେଂଟ୍ ଜୋନ୍‌କୁ ନେଇ ଉତ୍ତେଜନା

ରାଉରକେଲା: କଂଟେନମେଂଟ୍ ଜୋନକୁ ନେଇ ରାଉରକେଲାରେ ତୁମୁଳ କାଣ୍ଡ ଘଟିଛି । ସ୍ଥିତି ଏଭଳି ହୋଇଛି ଯେ, ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ରାଜରାସ୍ତାରେ ନିଆଁ ଜଳିଛି, ବ୍ୟାପକ ଭଂଗାରୁଜା ବି ହୋଇଛି । ପୋଲିସ ଉପରକୁ ପଥରମାଡ କରିଛନ୍ତି ଉତ୍ତ୍ୟକ୍ତ ଜନତା । ଆମ ଅଂଚଳରୁ କଂଟେନମେଂଟ୍ ଜୋନ୍ ହଟାଅ । ମାସେ ହେଲା ହଇରାଣ ହେଉଛୁ, ଆମକୁ ସ୍ୱାଧିନତା ଦିଅ । ଏଭଳି ଦାବିରେ ଆଜି ଅଡି ବସିଥିଲେ ଷ୍ଟିଲ ସିଟି ରାଉରକେଲା ବାସିନ୍ଦା । କିଛି ଅଂଚଳରୁ ପ୍ରଶାସନ ବଫର ଜୋନ୍ ହଟାଇବା ପରେ ନିଜ ଅଂଚଳକୁ ଅବରୋଧ ମୁକ୍ତ ଅଂଚଳ ଘୋଷଣା କରିବାକୁ ଦାବି କରିଥିଲେ । ପ୍ଲାଂଟ ସାଇଟ୍ ଥାନା ଅଂଚଳରେ ଧାରଣା ଦେବା ସହ ପୋଲିସ ସହ ଯୁକ୍ତିତର୍କ କରିଥିଲେ । ପୋଲିସ ଉପରକୁ ପଥର ମାଡ କରିବା ସହ ଭଂଗାରୁଜା କରିଥିଲେ । ଏହାପରେ ଘଟଣାସ୍ଥଳରେ ନିଆଁ ଲଗାଇଦେଇଥିଲେ । ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରାଉରକେଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଂଚଳକୁ କଂଟେନମେଂଟ ଜୋନ୍ ଓ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ମାସେ ପରେ ଆଜି କିଛି ଅଂଚଳରୁ ବଫର ଜୋନ୍‌କୁ ପ୍ରଶାସନ ହଟାଇଦେଇଛି । ରାଉରକେଲା ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ସଂପୃକ୍ତ ଅଂଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏବଂ ଯଥେଷ୍ଟ ଲୋକଙ୍କର ସ୍ୱାବ ପରୀକ୍ଷା ହୋଇନଥିବାରୁ କଂଟେନମେଂଟ୍ ଆଦେଶକୁ ବଳବତ୍ତର ରଖାଯାଇଛି ।

Leave A Reply

Your email address will not be published.