Latest Odisha News

BREAKING NEWS

ଝିପିଝିପି ବର୍ଷାରେ ଜମିଲା ‘ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା’ ଭସାଣୀ ଉତ୍ସବ…

ଢେଙ୍କାନାଳ: ପ୍ରବଳ ବର୍ଷାଯୋଗୁଁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣୀ ଉତ୍ସବ ବିଳମ୍ବ ଘଟିଛି । ବିଳମ୍ବରେ ଭସାଣୀ ପଟୁଆର ବାହାରିଥିଲେ ମଧ୍ୟ ସାମାନ୍ୟ ବର୍ଷାରେ ବେଶ୍ ଜାକଜମକରେ ପାଳିତ ହୋଇଛି ଏହି ଉତ୍ସବ ।

ରାଜ୍ୟରେ ଗଜଲକ୍ଷ୍ମୀ ପୂଜା ଲାଗି ପ୍ରସିଦ୍ଧି ଲାଭ କରିଥିବା ଢେଙ୍କାନାଳରେ ଏଥର ୩୮ଟି ପୂଜା କମିଟି ପକ୍ଷରୁ ସାର୍ବଜନୀନ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା । ଦିନ ୯ଟା ସମୟରେ ଏହି ପୂଜା କମିଟିର ମେଢ ଗୁଡ଼ିକ ଏକତ୍ରିତ ହୋଇଥିଲେ । ବାଦ୍ୟଯନ୍ତ୍ର ସହିତ ଧୁମଧାମରେ ପ୍ରୋସେସନରେ ବାହାରି ସହରର କାଠଶଙ୍ଖ, କୁଞ୍ଜକାନ୍ତ ଏବଂ ଗୋଡ଼ିଆପୋଖରୀକୁ ମୂର୍ତ୍ତି ବିସର୍ଜନ ଅଭିମୁଖେ ବାହାରିଥିଲେ । ପ୍ରବଳ ବର୍ଷାଯୋଗୁଁ ପଟୁଆର ବାହାରିବା କାର୍ଯ୍ୟକ୍ରମ ବିଳମ୍ବ ହୋଇଥିଲା ।

ଦୀର୍ଘ ୧୧ ଦିନ ବ୍ୟାପୀ ଢେଙ୍କାନାଳ ସହର ଏବଂ ସହର ଉପକଣ୍ଠରେ ଅନୁଷ୍ଠିତ ହୋଇଥିଲା ପ୍ରସିଦ୍ଧ ଲକ୍ଷ୍ମୀପୂଜା । ଓଡ଼ିଶାର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପୂଜା ମହାସମାରୋହରେ ପାଳିତ ହେଉଥିଲେ ମଧ୍ୟ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ସ୍ୱତନ୍ତ୍ରତା ରହିଛି । ଏହି ପୂଜା ଉତ୍ସବ ଦେଖିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଆସି ଉପଭୋଗ କରିଥାଆନ୍ତି । ଏପରିକି ରାଜ୍ୟ ବାହାରୁ ମଧ୍ୟ ଅନେକ ଦର୍ଶକ ଏହି ପୂଜା ଉତ୍ସବ ଦେଖିବାକୁ ଆସୁଥିବାର ସୂଚନା ମିଳିଛି ।

Leave A Reply

Your email address will not be published.