Latest Odisha News

BREAKING NEWS

ଜେଲରୁ ବାହାରିବେ କି ସୌଭିକ୍ ଚକ୍ରବର୍ତ୍ତୀ ? ଆଜି ବେଲ୍ ଆବେଦନର ଶୁଣାଣି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ପରେ ଜାମିନରେ ଆସିଛନ୍ତି ବଲିଉଡ ଅଭନେତ୍ରୀ ରିୟା ଚକ୍ରବର୍ତ୍ତୀ । ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଏଯାଏ ଜେଲରେ ଅଛନ୍ତି । ସୌଭିକଙ୍କୁ ମିଳିବ କି ବେଲ୍ ? ଆଜି ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ପୂର୍ବରୁ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ।

ଗତ ୭ ତାରିଖରେ ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ବେଲ୍ ଦେଇଥିଲେ । କିନ୍ତୁ ସୌଭିକଙ୍କୁ ମିଳି ନଥିଲା । କୋର୍ଟ କହିଥିଲେ, ରିୟାଙ୍କ କେସ୍ ଅଲଗା । କିନ୍ତୁ ସୌଭିକ୍ ଡ୍ରସ୍ ମାଫିଆଙ୍କ ସହ ଲିଙ୍କରେ ଥିବା ନେଇ ପ୍ରମାଣ ମିଳିଛି । ଏହି କାରଣରୁ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା ।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ରିୟା ସେପ୍ଟେମ୍ବର ୮ ତାରିଖରେ ଗିରଫ ହୋଇଥିଲା । ସୌଭିକଙ୍କୁ ସେପ୍ଟେମ୍ବର ୪ରେ ବାନ୍ଧିଥିଲା ଏନସିବି ।

Leave A Reply

Your email address will not be published.