Latest Odisha News

BREAKING NEWS

କରୋନା ମୁକାବିଲା କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ; ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: ପରୋପକାରୀ କାର୍ଯ୍ୟ ସହ ଜଡିତ ବିଶିଷ୍ଟ ଶିଳ୍ପପତି ତଥା ବିଲିୟନେୟାର ବିଲ୍ ଗେଟ୍‌ସ କହିଛନ୍ତି ଯେ କୋଭିଡ -୧୯ ସହିତ ମୁକାବିଲା କରିବାରେ ବିଶେଷ କରି ବ୍ୟାପକ ସ୍ତରରେ ଟିକା ପ୍ରସ୍ତୁତ ଏବଂ ଅନୁସନ୍ଧାନ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଗେଟ୍‌ସ , ‘ମହାଚୁନୌତି ବାର୍ଷିକ ବୈଠକ ୨୦୨୦’ କୁ ସମ୍ବୋଧିତ କରିବାବେଳେ କୋଭିଡ -୧୯ ଟିକା ପ୍ରସ୍ତୁତୀକରଣରେ ହେଉଥିବା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହାଛଡ଼ା ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ଭାରତ ବହୁତ ପ୍ରେରଣାଦାୟକ ହୋଇପାରିଛି ବୋଲି ମଧ୍ୟ କହିଛନ୍ତି।

ସେ କହିଛନ୍ତି, ଭାରତ କୋଭିଡ -୧୯ର ମୁକାବିଲା ଏବଂ ଏଥି ନିମନ୍ତେ ଟିକା ପ୍ରସ୍ତୁତ କରିବାରେ ବିଶେଷ ଭୂମିକା ଗ୍ରହଣ କରିବ। ବିଲ୍‌ ଗେଟ୍‌ସ ସଂକ୍ରମଣ ଚିହ୍ନଟ କରିବାରେ ଏକ ନୂତନ ଆବିଷ୍କାରର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

 

Leave A Reply

Your email address will not be published.