Latest Odisha News

BREAKING NEWS

ଶ୍ରଦ୍ଧାଙ୍କର ହେଲା କି ବ୍ରେକ୍‌ଅପ୍ !

ମୁମ୍ବାଇ: ଖୁବ୍ ଶୀଘ୍ର ଶ୍ରଦ୍ଧା କପୁର ଫିଲ୍ମ ସ୍ତ୍ରୀ-୨ରେ ନଜର ଆସିବେ। ଆଜିକାଲି ଅଭିନେତ୍ରୀ ଏହି ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଗୋଟିଏ ପଟେ ଫିଲ୍ମ ବିଷୟରେ ଆଲୋଚନା ହେଉଛି ଏବଂ ଅନ୍ୟ ପଟେ ଅଭିନେତ୍ରୀଙ୍କ ବ୍ରେକଅପ୍ ଖବର ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ଶ୍ରଦ୍ଧା ଖୋଲାଖୋଲି ଭାବେ ଘୋଷଣା କରି ନାହାଁନ୍ତି ଯେ ସେ ରାହୁଲ ମୋଦୀଙ୍କ ସହ ଅଛନ୍ତି, କିନ୍ତୁ ଇନଷ୍ଟାଗ୍ରାମରେ ତାଙ୍କର ଗୋଟିଏ କାମ ଯୋଗୁଁ ବ୍ରେକଅପ୍ ଖବର ସୋସିଆଲ ମିଡିଆରେ ଘୁରି ବୁଲିଛି।

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ପୁଣି ଥରେ ତାଙ୍କର ଲଭ୍ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବୟଫ୍ରେଣ୍ଡ ରାହୁଲ ମୋଦିଙ୍କ ସହ କାଙ୍କର ବ୍ରେକ୍ ଅପ୍ ହୋଇଯାଇଥିବା କୁହାଯାଉଛି। ରିପୋର୍ଟ ଅନୁସାରେ, ଶ୍ରଦ୍ଧା ରାହୁଲଙ୍କ ସହିତ ତାଙ୍କର ଭଉଣୀ, ପ୍ରଡକ୍ସନ ହାଉସ ଓ ପୋଷା କୁକୁରକୁ ଇନ୍‌ଷ୍ଟାଗ୍ରାମରୁ ଅନଫଲୋ କରିଦେଇଛନ୍ତି।

ରାହୁଲ କିନ୍ତୁ ଶ୍ରଦ୍ଧାକୁ ଫଲୋ କରୁଛନ୍ତି । କିଛି ଦିନ ପୂର୍ବେ ଶ୍ରଦ୍ଧା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରରେ ଏକ ଫଟୋ ସେୟାର କରିଥିଲେ। ସେଥିରେ ସେ ଆର ଅକ୍ଷରର ଏକ ପେଣ୍ଡେଣ୍ଟ ପିନ୍ଧିଛିବା ଆକଳନ ଚାଲିଥିଲା। ତେବେ ସେମାନଙ୍କୁ ଏକାସାଙ୍ଗରେ ବହୁ ସ୍ଥାନରେ ଦେଖିବାକୁ ମିଳିଛି। ଏପରିକି ସେମାନଙ୍କର ବିବାହ ହେବା ଖବର ମଧ୍ୟ ଚର୍ଚ୍ଚା ହେଉଥିଲା। ଏଭଳି ସ୍ଥିତିରେ ରାହୁଲ ଏବଂ ଶ୍ରଦ୍ଧା କେହି ବି ସମ୍ପର୍କ ଭାଙ୍ଗିବା କଥା ନେଇ ପ୍ରତିକ୍ରିୟା ଦେଇନାହାଁନ୍ତି।

 

Comments are closed.