Latest Odisha News

ସୋସିଆଲ ମିଡିଆରେ ରାଜ୍ କରୁଛନ୍ତି ଅଭିନେତ୍ରୀ, ଫୋଲର୍ସ ରେସରେ ମୋଦିଙ୍କୁ ପଛରେ ପକାଇଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ମୁକ୍ତିଲାଭ କରିଥିବା କମେଡି ଫିଲ୍ମ ସ୍ତ୍ରୀ-୨ ର ସଫଳତାକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଛି। ଆଜି ଅର୍ଥାତ ଅଗଷ୍ଟ ୨୧ରେ ଫିଲ୍ମ ଏହାର ପ୍ରଥମ ସପ୍ତାହ ଶେଷ କରିବାକୁ ଯାଉଛି। ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ ୬ ଦିନରେ ୨୫୦ କୋଟି ଟଙ୍କା ଅତିକ୍ରମ କରିଛି। ସ୍ତ୍ରୀ-୨ ର ସଫଳତା ସହିତ ଶ୍ରଦ୍ଧା କପୁରଙ୍କ ଲୋକପ୍ରିୟତା ଆହୁରି ବଢିବାରେ ଲାଗିଛି। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଫୋଲର୍ସ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଏହି ଅଭିନେତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟପି ଯାଇଛନ୍ତି।

ସ୍ତ୍ରୀ ୨ ର ସଫଳତା ମଧ୍ୟରେ ଶ୍ରଦ୍ଧା କପୁର ନିଜ ଇନଷ୍ଟାଗ୍ରାମରେ ୯୧.୪ ମିଲିୟନ ଫୋଲର୍ସ ପାଇଛନ୍ତି । ଯେଉଁଠାରେ ପିଏମ ମୋଦିଙ୍କର ୯୧.୩ ମିଲିୟନ ଫୋଲର୍ସ ରହିଥିବା ବେଳେ ମୋଦିଙ୍କୁ ପଛରେ ପକାଇଛନ୍ତି ଶ୍ରଦ୍ଧା । ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କର ଇନଷ୍ଟାଗ୍ରାମରେ ସର୍ବାଧିକ ଫୋଲର୍ସ ରହିଛନ୍ତି । ମୋଦିଙ୍କ ପରେ ଖୁବଶୀଘ୍ର ଶ୍ରଦ୍ଧା ପ୍ରିୟଙ୍କାଙ୍କୁ ପଛରେ ପକାଇବା ସହ ସର୍ବାଧିକ ଫୋଲର୍ସ ଥିବା ଅଭିନେତ୍ରୀ ଭାବେ ବିବେଚନା ହେବେ।

ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଚୋପ୍ରାଙ୍କର ସର୍ବାଧିକ ଫୋଲର୍ସ ଅଛନ୍ତି। ପ୍ରିୟଙ୍କା ଚୋପ୍ରାଙ୍କର ୯.୮ ମିଲିୟନ ରହିଛି। ଶ୍ରଦ୍ଧା କପୁରଙ୍କର ୯୧.୪ ମିଲିୟନ ରହିଛି। ନରେନ୍ଦ୍ର ମୋଦୀଙ୍କର ୯୧.୩ ମିଲିୟନ ରହିଛ। ସେହିପରି ଆଲିଆ ଭଟ୍ଟଙ୍କର ୮୫.୧ ମିଲିୟନ,
କ୍ୟାଟ୍ରିନା କୈଫଙ୍କର ୮୦.୪ ମିଲିୟନ ଏବଂ ଦୀପିକା ପାଦୁକୋନଙ୍କର ୭୯.୮ ମିଲିୟନ ଫୋଲର୍ସ ଅଛନ୍ତି। ଅନ୍ୟପଟେ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କର ଭାରତରେ ସର୍ବାଧିକ ୨୭୧ ମିଲିୟନ ଫୋଲର୍ସ ଥିବା ବେଳେ ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ବିଶ୍ୱରେ ସର୍ବାଧିକ ୬୩୬ ମିଲିୟନ ଫୋଲର୍ସ ଅଛନ୍ତି।

Comments are closed.