Latest Odisha News

BREAKING NEWS

ଶ୍ରଦ୍ଧା ହତ୍ୟାକାଣ୍ଡ ଷ୍ଟାଇଲ୍‌ରେ ସ୍ବାମୀକୁ ୨୨ଖଣ୍ଡ କରି ଫ୍ରିଜ୍‌ରେ ରଖିଲା ସ୍ତ୍ରୀ

ନୂଆଦିଲ୍ଲୀ : ପୁଣି ରାଜଧାନୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି । ନିକଟରେ ଶ୍ରଦ୍ଧା ହତ୍ୟା କାଣ୍ଡ ଘଟଣାର ସମାଧାନ ହୋଇନଥିବା ବେଳେ ପୁଣି ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ନିଦ ବଟିକା ଦେଇ କରାଯାଇଥିଲା ହତ୍ୟା  । ମୃତ ଶବକୁ ୨୨ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ ମା ପୁଅ । ଗୁପ୍ତଭାବେ ଫୋପାଡ଼ୁଥିଲେ ଖଣ୍ଡ ବିଖଣ୍ଡିତ ଶରୀର । ସିସିଟିଭିରେ କଏଦ ହୋଇଥିଲା ସମସ୍ତ ଦୃଶ୍ୟ  । ଏଭଳି ଅମାନବୀୟ କାଣ୍ଡ ଦିଲ୍ଲୀର ପାଣ୍ଡବନଗରୀରେ ଘଟିଥିବା ଜଣାପଡ଼ିଛି  । ଏହି ଘଟଣାରେ ଜଣେ ମହିଳା ଏବଂ ତାଙ୍କ ପୁଅକୁ ଗିରଫ କରାଯାଇଛି।

ପୋଲିସ କହିବା ଅନୁଯାୟୀ, ଏହି ହତ୍ୟାକାଣ୍ଡ ଅବୈଧ ସମ୍ପର୍କକୁ ଆଧାର କରି ହୋଇଛି  । ଜୁନ୍ ମାସରେ ପାଣ୍ଡବ ନଗରର ବାସିନ୍ଦା ଅଞ୍ଜନ ଦାସଙ୍କୁ ହତ୍ୟା କରାଯାଇଥିଲା, ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଘରେ ଥିବା ରେଫ୍ରିଜରେଟରରେ ରଖାଯାଇଥିଲା । ତା’ପରେ ପ୍ରତିଦିନ ମୃତଦେହର ଖଣ୍ଡଗୁଡ଼ିକୁ ପାଣ୍ଡବ ନଗର ଏବଂ ପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫୋପାଡୁଥିଲେ ପୁନମ୍ ଏବଂ ତାଙ୍କ ପୁଅ ଦୀପକ  ।

ତେବେ ସୂଚନା ଅନୁଯାୟୀ, ମୃତ ଅଞ୍ଜାନ ଦାସ ତାଙ୍କୁ ମଦ୍ୟପାନକାରୀ ବଟିକା ଖାଇବାକୁ ଦିଆଯାଇ ହତ୍ୟା କରାଯାଇଥିଲା । ତେବେ ମୃତଦେହର ଖଣ୍ଡଗୁଡ଼ିକୁ ନେଇ ଫୋପାଡ଼ିବା ସମୟରେ ସିସିଟିଭି ଫୁଟେଜର ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୀପକ ହାତରେ ବ୍ୟାଗ ଧରି ବିଳମ୍ବିତ ରାତିରେ ବୁଲୁଥିବା ବେଳେ  ଦୀପକଙ୍କ ପଛରେ ତାଙ୍କ ମା ପୁନମ୍ ନଜର ଆସିଛନ୍ତି । ପୋଲିସ ଦାବୀ କରିଛି ଯେ ଅଭିଯୁକ୍ତ ପୁନମ ଏବଂ ତାଙ୍କ ପୁଅ ଦୀପକ ଅନୈତିକ ସମ୍ପର୍କ ନେଇ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ।

 

Leave A Reply

Your email address will not be published.