Latest Odisha News

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଏବେ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡର ଅଭିଯୁକ୍ତ

ଦିଲ୍ଲୀ: ଦିଲ୍ଲୀର ଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଅଫତାବ ପୁନାୱାଲା ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ।

ପୁନାୱାଲା ୨୦୨୨ ମସିହା ମେ’ ମାସରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି ତା’ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିବାର ଅଭିଯୋଗ ହୋଇଥିଲା । ଏହା ପରଠୁ ଅଫତାବ ତିହାର ଜେଲ୍ ର ୪ ନମ୍ବର ରୁମ୍ ରେ ଅଛି । ଏହି ଖବର ସାମ୍ନାକୁ ଆସିବା ପରେ ତିହାର ଜେଲ୍ ପ୍ରଶାସନ ମଧ୍ୟ ସତର୍କ ହୋଇପଡିଛି । ଜେଲରେ ଥିବା ଅଫତାବ ପୁନାୱାଲାର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି ।

ବାସ୍ତବରେ ବାବା ସିଦ୍ଦିକି ହତ୍ୟା ମାମଲାରେ ଧରାପଡିଥିବା ଅଭିଯୁକ୍ତ ଶିବ କୁମାର ଗୌତମ ପୋଲିସକୁ କହିଛି ଯେ, ସେ ଅଫତାବକୁ ହତ୍ୟା କରିବାକୁ ଚାହୁଁଛି । ସୂଚନାନୁସାରେ, ଅଫତାବ ପୁନାୱାଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟରଙ୍କ ଟାର୍ଗେଟରେ । ତିହାର ଜେଲରେ ହିଁ ଅଫତାବକୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଉଛି ।

ସୂଚନାଯୋଗ୍ୟ, ମେ’ ୨୦୨୨ରେ ଦିଲ୍ଲୀର ଛତରପୁର ଅଞ୍ଚଳରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ଶ୍ରଦ୍ଧାଙ୍କ ଶରୀରକୁ ୩୦ରୁ ଅଧିକ ଖଣ୍ଡରେ କାଟି ଦିଆଯାଇଥିଲା । ଶ୍ରଦ୍ଧାଙ୍କ ପିତା ଏକ ନିଖୋଜ ରିପୋର୍ଟ ଦାଖଲ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ସୂଚନାନୁସାରେ, ଶ୍ରଦ୍ଧାଙ୍କ ଶରୀରର ଖଣ୍ଡଗୁଡ଼ିକୁ ତିନି ସପ୍ତାହ ଫ୍ରିଜରେ ରଖାଯାଇଥିଲା ଏବଂ ଧୀରେ ଧୀରେ ସହରର ଅନେକ ଅଞ୍ଚଳରେ ପକାଯାଇଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଅଫତାବ ପୁନାୱାଲା ।

Leave A Reply

Your email address will not be published.