Latest Odisha News

BREAKING NEWS

ଉତ୍ତମ ଆଚାର ସମ୍ପନ୍ନ ଦେବାଳୟ ହେବ ଶ୍ରୀମନ୍ଦିର, ଚାଲିଛି ପ୍ରଶିକ୍ଷଣ

ପୁରୀ: ଉତ୍ତମ ଆଚାର ସମ୍ପନ୍ନ ଦେବାଳୟ ହେବ ଶ୍ରୀମନ୍ଦିର । ପ୍ରଶିକ୍ଷିତ ହେଉଛନ୍ତି ଶ୍ରୀମନ୍ଦିର ଯୁବ ସେବାୟତ । ବରିଷ୍ଠ ଓ ଯୁବ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ସମନ୍ଵୟ ଉପରେ ଫୋକସ୍ । ଶୁକ୍ରବାର ଓ ଆସନ୍ତାକାଲି (ଶନିବାର) ଅନୁଷ୍ଠିତ ହେଉଛି ଦୁଇଦିନିଆ ପ୍ରଶିକ୍ଷଣ ଶିବିର । ଉତ୍ତମ ସେବକର ଲକ୍ଷଣ, ଶ୍ରୀଜିଉଙ୍କ ଶୃଙ୍ଖଳିତ ନୀତିକାନ୍ତି, ସେବା ଓ ସେବକ, ୩ଟି ବିଷୟ ଉପରେ ଆଜି ହୋଇଛି ଆଲୋଚନା ଚକ୍ର ଓ ପ୍ରଶିକ୍ଷଣ ।

ଆସନ୍ତାକାଲି ଶୃଙ୍ଖଳିତ ଦର୍ଶନରେ ସେବକଙ୍କ ଭୂମିକା, ଉତ୍ତମ ଯାତ୍ରୀ ପରିଚର୍ଯ୍ୟା, ପ୍ରଶାସନ ଓ ସେବକଙ୍କ ମଧ୍ୟରେ ସମନ୍ଵୟ ଉପରେ ହେବ ଆଲୋଚନା ଚକ୍ର ଓ ପ୍ରଶିକ୍ଷଣ । ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ସମସ୍ତ ନିଯୋଗର ସଭାପତି, ସମ୍ପାଦକ ଓ ବରିଷ୍ଠ ସେବାୟତ । ସମର୍ପଣ, ପବିତ୍ରତା, ଶୃଙ୍ଖଳା ଜ୍ଞାନ ଦଳଗତ ମନୋଭାବ, ଶ୍ରଦ୍ଧାଳୁଙ୍କ ପ୍ରତି ସମ୍ମାନ, ଧୈର୍ଯ୍ୟ, କୃତଜ୍ଞତା, ନିଃସ୍ଵାର୍ଥପରତା, ନୀତି ଶୃଙ୍ଖଳା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସହ ଏହି ୧୦ଟି ବିନ୍ଦୁ ଉପରେ ସେବାୟତଙ୍କ ସହଯୋଗ ଭିକ୍ଷା କରିଛି ଶ୍ରୀମନ୍ଦିର ପ୍ରଶାସନ ।

Comments are closed.