ଭୁବନେଶ୍ୱର: ପୁଣି ବିଜେଡିକୁ ସୋସିଆଲ୍ ମିଡିଆରେ ଶ୍ରୀମୟୀ ମିଶ୍ରଙ୍କ ନିଶାନା। ଆଜି ପାଣ୍ଡିଆନଙ୍କୁ ଘେରିଲେ ଶ୍ରୀମୟୀ। କବିତା ଛାନ୍ଦରେ ପାଣ୍ଡିଆନଙ୍କୁ ତେରେଚ୍ଛା ‘ଅଠା’ ଆକ୍ରମଣ କଲେ ଶ୍ରୀମୟୀ ମିଶ୍ର । କହିଲେ, ଅନ୍ୟ ମୁଣ୍ଡରେ ଅଠା ବୋଳ ହେଉଛି ଏକ ତାମିଲ ଖେଳ। ଅନାମ ବାବୁଙ୍କ ମୁହଁରେ କୁହାଇ ପୁରୁଖାଙ୍କୁ ଦେଉଛି ସେ ଫସାଇ। ଆରମ୍ଭ ହେଲାଣି ପଲିଟିକାଲ ଇଭେଣ୍ଟ, ଖୋଜା ଚାଲିଛି ବିଶ୍ବସ୍ତ ଏଜେଣ୍ଟ। ଆମ ବିଜୁ ପ୍ରେମୀ ହୋଇଗଲେ ସବୁ ଭଣ୍ଡ ଅନୁଗାମୀ।
ଗତକାଲି ବିଜେଡି ବିରୋଧରେ ବୁଲେଇ ବଙ୍କେଇ ‘ବିପ୍ଳବ- ବିଦ୍ରୋହ-ବିନାଶ’ର ବାଣ ମାରିଥିଲେ । ଆଉ ଆଜି ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି । ଗତକାଲି ଶ୍ରୀମୟୀଙ୍କ ନିଶାନାରେ ଥିଲା ବିଜେଡି । ଯଦିଓ ସିଧା ସିଧା ନାଁ ନେଇ ଶ୍ରୀମୟୀ ଟାର୍ଗେଟ୍ କରି ନାହାନ୍ତି ମାତ୍ର ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେବା ପରେ ଏବଂ ବିଜେଡିକୁ ନେଇ ବିସ୍ଫୋରଣ କରିବା ପରେ ପୁଣି ବିଜେଡିକୁ ଘେରିବାକୁ ଶ୍ରୀମୟୀ ମାରିଛନ୍ତି ଶକ୍ତ ବାଣ । ଏଥର ବିଜେଡି ବିରୋଧରେ ବୁଲେଇ ବଙ୍କେଇ ‘ବିପ୍ଳବ- ବିଦ୍ରୋହ-ବିନାଶ’ର ବାଣ ମାରିଛନ୍ତି ।
କେବଳ ଆଜି ନୁହେଁ ଲଗାତାର କିଛି ମାସ ଧରି ଶ୍ରୀମୟୀଙ୍କ ଟାର୍ଗେଟରେ ବିଜେଡି ଓ ପାଣ୍ଡିଆନ ରହିଥିବା ବେଳେ ସେ ସବୁବେଳେ କିଛି ନା କିଛି ବିରୋଧୀ ପୋଷ୍ଟ କରୁଛନ୍ତି। ଗତକାଲି ଦେବାଶିଷ ସାମନ୍ତରାୟ ପଦବୀ ଛାଡିବା ଏବଂ ବିଜେଡିକୁ ବ୍ୟୁରୋକ୍ରାଟିକ୍ ଦଳ ବୋଲି ଦେବାଶିଷ କହିବା କଥାକୁ ଶ୍ରୀମୟୀ ବିଦ୍ରୋହର ବହ୍ନି ବୋଲି ଲେଖିଛନ୍ତି- ବିପ୍ଳବର ବହ୍ନି, ବିଦ୍ରୋହର ଆରମ୍ଭ, ବିନାଶର ଶଙ୍ଖନାଦ… କେତେବେଳେ ବିଜେଡିର ଟିମ୍ ଭାଇରସ ତ ପୁଣି କେତେବେଳେ ତାମିଲ୍ ଚାଟୁକାର୍ ଉପଖ୍ୟାନ ବଖାଣି ନିଶାନା କରୁଛନ୍ତି ଶ୍ରୀମୟୀ।
Comments are closed.