Latest Odisha News

BREAKING NEWS

Shreya Ghoshal: କମ୍ପିବ ଐତିହାସିକ କଟକ ବାଲିଯାତ୍ରା, ଶେଷ ସନ୍ଧ୍ୟାରେ ଶ୍ରେୟା ଘୋଷାଲଙ୍କ ଗୀତରେ ଦର୍ଶକ

କଟକ: କକମ୍ପିବ ଐତିହାସିକ କଟକ ବାଲିଯାତ୍ରା । ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା। ଶେଷ ସନ୍ଧ୍ୟାରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ। ସାମିଲ ହେବେ ବଲିଉଡ ସିଙ୍ଗର୍ ଶ୍ରେୟା ଘୋଷାଲ। ଏଥିପାଇଁ ଓଡ଼ିଶାରେ ପହଞ୍ଚି ସାରିଛନ୍ତି ଶ୍ରେୟା । ଭୁବନେଶ୍ବରରେ ପହଞ୍ଚିବା ପରେ କଟକ ଅଭିମୁଖେ ଯାଇଛନ୍ତି।

ତାଙ୍କ ସୁମଧୁର କଣ୍ଠରେ ମତୁଆଲା ହେବେ ଦର୍ଶକ। ଭୁବେନଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି । ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରାରେ ଯୋଗ ଦେବାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଶ୍ରେୟା ଘୋଷାଲ ।

ସେହିପରି ନଭେମ୍ୱର ୭ରେ ଅକ୍ଷୟ ମହାନ୍ତି ମଞ୍ଚର ବଲିଉଡ ଗାୟିକା ହର୍ଷଦୀପ କୌରଙ୍କ ଜଲୱାରେ ଫିଦା ହୋଇଥିଲେ ଦର୍ଶକ । ବାଲିଯାତ୍ରା ବୁଲିବା ସହ ସୁସ୍ଵାଦ୍ୟ ଖାଦ୍ୟ, କିଣାକିଣି, ଦୋଳି ଖେଳି ଭରପୁର ମଜା ଉଠାଇଛନ୍ତି ଲୋକେ।

Comments are closed.