Latest Odisha News

BREAKING NEWS

ଆୟାର ରଚିଲେ ଇତିହାସ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପଦାର୍ପଣ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତର ଶ୍ରେୟାଶ ଆୟାର । ପ୍ରଥମ ଭାରତୀୟ ଭାବେ ପଦାର୍ପଣ ଟେଷ୍ଟର ପ୍ରଥମ ଇନିଂସରେ ଶତକ ଏବଂ ଦ୍ୱିତୀୟ ଇନିଂସରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ପୂର୍ବରୁ ୧୯୭୧ରେ ସୁନୀଲ ଗାଭାସ୍କର ଏହି ରେକର୍ଡ କରିଥିଲେ । ଓଭରାଲ ସେ ବିଶ୍ୱର ୧୬ତମ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।

ଏହି ଖେଳାଳିମାନେ ହେଲେ କେଏସ ରଣଜିତ ସିଂହଜୀ,ଜର୍ଜ ଗନ, ହରବଟ କଲିନ୍ସ, ପଲ ଗିବ୍ସ, ଲରେନ୍ସ ରୋୱ, ରୋଡନେ ରେଡମଣ୍ଡ, ଗାର୍ଡନ ଗ୍ରୀନିଜ, ଅଜହର ମେହମୁଦ, ଲୁ ବିସେଟ, ସ୍କଟ ଷ୍ଟେରିସ, ୟାସିର ଅହମ୍ମଦ, ଆଣ୍ଡ୍ର‌୍ୟୁ ଷ୍ଟ୍ରସ, ଆଲିଷ୍ଟର କୁକ, ଉମର ଆକମଲ ଓ ଫାପ୍ ଡୁ ପ୍ଲେସିସ । ପୂର୍ବରୁ ୧୬ତମ ଭାରତୀୟ ଭାବେ ପଦାର୍ପଣ ମ୍ୟାଚରେ ସେ ଶତକ ହାସଲ କରିବା ଗୌରବ ଅର୍ଜନ କରିଥିଲେ ।

Leave A Reply

Your email address will not be published.