Latest Odisha News

BREAKING NEWS

କ୍ରିକେଟର ଶ୍ରେୟସ ଆୟରଙ୍କର ହେବ ସର୍ଜରୀ; ଖେଳି ନ ପାରନ୍ତି IPL ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍

ମୁମ୍ବାଇ: ଟିମ୍ ଇଣ୍ଡିଆ ମିଡିଲ୍‌ ଅର୍ଡର ବ୍ୟାଟର ତଥା ଆଇପିଏଲ୍‌ କୋଲକାତା ନାଇଟ୍‌ ରାଇଡର୍ସର କ୍ୟାପ୍ଟେନ୍ ଶ୍ରେୟସ ଆୟରଙ୍କର ପିଠିରେ ଆଘାତ ଲାଗିଥିବାରୁ ତାଙ୍କର ସର୍ଜରୀ ହୋଇପାରେ। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ବର୍ଡର ଗାଭାସ୍କର ଟ୍ରଫି୍ ୨୦୨୩ ଅନ୍ତିମ ମ୍ୟାଚ୍‌ରୁ ବାଦ ପଡ଼ିଥିବା ଆୟରଙ୍କର ସର୍ଜରୀ ଲଣ୍ଡନ କିମ୍ବା ଭାରତରେ କୌଣସି ହସ୍‌ପିଟାଲ୍‌ରେ ହେବ। ବିସିସିଆଇ ଗାଇଡ୍‌ଲାଇନ୍‌ରେ ସର୍ଜରୀ କରାଯିବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇର ଜମେ ଡାକ୍ତରଙ୍କ ସହ ତିନି ଥର ପରାମର୍ଶ କରିବା ପରେ ଡାକ୍ତର ତାଙ୍କୁ ସର୍ଜରୀ କରିବାକୁ ପରାମର୍ଶ ଦେଇଛନ୍ତି। ସର୍ଜରୀ ପରେ ୫ ମାସ ପାଇଁ ତାଙ୍କୁ କ୍ରିକେଟ୍‌ରୁ ଦୂରେଇ ରହିବାକୁ ପଡ଼ିପାରେ। ଏଥିପାଇଁ ସେ ହୁଏତ ଅଷ୍ଟ୍ରେଲିଆ ବିରୋଧରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍‌ସିପ୍ ଫାଇନାଲ୍ ଓ ମାର୍ଚ୍ଚ ୩୧ରେ ହେବାକୁ ଯାଉଥିବା ଆଇପିଏଲ୍‌ ମ୍ୟାଚ୍ ଖେଳି ନପାରନ୍ତି।

ଆୟର ଦିନିକଆ ବିଶ୍ୱକପ୍‌ରେ ସେ ଖେଳିବା ନେଇ ଆଶା କରାଯାଉଛି। ହେଲେ ଖେଳାଳି ଅନ୍ୟ ମ୍ୟାଚ୍ ନଖେଳି ଆହତ ପରେ ହଠାତ୍ ବିଶ୍ୱକପ୍ ଖେଳିବା ଟିମ୍‌ ଇଣ୍ଡିଆ ପାଇଁ ସମ୍ଭବ ହୋଇନପାରେ। ଏଥିପାଇଁ ବିସିସିଆଇ ଆୟରଙ୍କ ସ୍ଥାନରେ ବିକଳ୍ପ ଖୋଜିପାରେ ବୋଲି କୁହାଯାଉଛି।

ଆୟର ଆହତ ହେବା ପରେ ଭାରତକୁ ଦ୍ୱିତୀୟ ବଡ଼ ଝଟ୍‌କା ଲାଗିଛି। କାରଣ ଏହା ପୂର୍ବରୁ ଟିମ୍‌ର ଦ୍ରୁତ ବୋଲର ଜସ୍‌ପ୍ରୀତ ବୁମ୍ରା ପିଠି ଜନିତ ସମସ୍ୟା ନେଇ ୨୦୨୦ ଟି-୨୦ ୱାର୍ଲ୍ଡକପ୍‌ରୁ ଟିମ୍‌ ଇଣ୍ଡିଆରେ ନାହାନ୍ତି। ତେବେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ମିଳିପାରି ନାହିଁ।

ଆଇପିଏଲ୍‌ରେ କେକେଆର୍ ଟିମ୍‌ର ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିବା ଆୟର ଏଥର ଟୁର୍ଣ୍ଣାମେଣ୍ଟ ଖେଳି ନପାରନ୍ତି। କେକେଆର୍ ଆୟରଙ୍କୁ ୧୨.୨୫ କୋଟି ଦଳର କ୍ୟାପ୍ଟେନ୍ ଦାୟିତ୍ୱ ଦେଇଥିଲା। ଏବେ ଆଇପିଏଲ୍ ଆରମ୍ଭବ ହେବାକୁ ୧୦ ଦିନରୁ କମ୍‌ ସମୟ ଥିବାର ଦଳକୁ ଏକ ନୂଆ ବ୍ୟାଟର ଓ କ୍ୟାପ୍ଟେନ୍‌ ଚୟନ କରିବାକୁ ପଡ଼ିବ।

 

Leave A Reply

Your email address will not be published.